ସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର

0 142

ଗଜପତି,୨୧/୨- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ
ସୁନିଲ ମହାପାତ୍ରଙ୍କ ଆଜି ଶେଷ ମାରାଥନ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଆଜି ପଞ୍ଚାୟତର
ପ୍ରତି ଗ୍ରାମ ଓ ଘରକୁ ଯାଇ ଭୋଟ ସକାଶେ ନିବେଦନ କରିଥିଲେ । ଲୋକମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ତା ସାଙ୍ଗକୁ ସମର୍ଥନ ବୃଦ୍ଧି ପାଇବା ଫଳରେ ଜିତିବା ସକାଶେ ଆଶା ପ୍ରକଟ କରିଛନ୍ତି । ଲୋକଙ୍କ ସମସ୍ୟା ଓ ବିକାଶର ଚିତ୍ର ସକାଶେ ମୋତେ ଜନ ସାଧାରଣ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଆଶା ରଖିଛି । ଆଜି ପ୍ରଚାର ସମୟରେ ପ୍ରତ୍ୟେକ ଗ୍ରାମର ଜନ ସାଧାରଣ ମୋ ସହିତ ପ୍ରଚାରରେ ବୁଲି ମୋତେ ସମର୍ଥନ ଦେବେ କହି ଜିତିବାର ଆଶାକୁ ଦ୍ୱିଗୁଣିତ କରିଦେଇଛନ୍ତି । ତେଣୁ ମୁଁ ଜିତିବା ପାଇଁ ନିଶ୍ଚିତ ଆଶାବାଦୀ ରହିଛି ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 2 =