ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

0 79

ପାରଳାଖେମୁଣ୍ଡି,୪/୯- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଜିଲ୍ଲାପାଳଙ୍କ ମୁଖ୍ୟ ବାସଭବନ ଠାରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅଜାଦି କା ଅମୃତ ମୋହତ୍ସବ ସକାଶେ ଫିଟ ଇଣ୍ଡିଆ ଫ୍ରିଡ଼ର୍ସ ରନର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ ମୁଖ୍ୟ ବାସଭବନ ଠାରୁ ଆରମ୍ଭକରି ବିଏନ ପେଲେସ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମରେ ଯୁବକ ସଙ୍ଘର ସଦସ୍ୟ, ଗଜପତି ୱାକର୍ସ କ୍ଲବ, ଗଜପତି ଟ୍ରାସଜେଣ୍‌ଡେର ଏସୋସିଏସନ,ୟୁଥ ଫର ଏକ୍‌ ସନ,ଏସ. କେ.ସି.ଜି କଲେଜର ଏନ.ସି.ସି, ମହିଳା ମହାବିଦ୍ୟାଳୟର ଏନ. ସି.ସି ର ୧୨୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଯୋଗଦେଇଥିଲେ । ଏବଂ ଜାତୀୟ ସଙ୍ଗୀତ ଗାନ କରି ଶପଥ ପାଠ ଗ୍ରହଣ କରିଥିଲେ ଯେ ଭାରତ ସମ୍ବିଧାନର ସମସ୍ତ ନିୟମ ଓ କୋଭିଡ ଗାଇଡ଼ ଲାଇନର ସମସ୍ତ ନିୟମକୁ ପାଳନକରି ତତସହିତ ପ୍ରତିଦିନ ୩୦ ମିନିଟ ଦୌଡ଼,ବ୍ୟାୟାମ କରି ନିଜକୁ ସୁସ୍ଥ ରଖିବା ସହ ପରିବାର ବର୍ଗ ସାଙ୍ଗ ସାଥି ଏବଂ ଚତୁଃପାର୍ଶ୍ୱରେ ଥିବା ସମସ୍ତଙ୍କୁ ଏଥିରେ ଯୋଗଦେଇ ନିୟମିତ ଭାବେ ଫିଟ ରହିବା ଏବଂ ସୁସ୍ଥ ସମାଜ ଗଢିବା ପାଇଁ ଶପଥ ନେଇଥିଲେ ।ଏହା ପରେ ଯୁବାମାନେ ସଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ ଏବଂ ନେହେରୁ ଯୁବକେନ୍ଦ୍ରର ସମସ୍ତ ସ୍ୱେଛାସେବୀ ଯୋଗ ଦେଇଥିଲେ । ଏ ମହେଶ୍ୱର ରାଓ ଏବଂ ପାରଳାଖେମୁଣ୍ଡିର ସ୍ୱେଛାସେବୀ ଭି.ଭବାନୀ ପ୍ରସାଦ ଓ ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × three =