ଶିଶୁ ସୁରକ୍ଷା ପାଇଁ ଗଜପତିରେ ଆରମ୍ଭ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞା

0 103

ପାରଳାଖେମୁଣ୍ଡି : ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଉପସ୍ଥିତିରେ ଜିଲ୍ଲାର କିଶୋରୀ ବାଳିକାଙ୍କ ଦ୍ୱାରା ଶିଶୁ ସୁରକ୍ଷା ଓ ଅଧିକାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଜ୍ଞାର ଶୁଭ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଗଜପତି ଜିଲ୍ଲାର କିଶୋରୀ ବାଳିକାଙ୍କ ମଧ୍ୟରେ ପ୍ରତିଫଳିତ କରିବା ପାଇଁ ଗତ ତିନି ଦିନ ହେଲା ସୁଦୂର ମାଲକାନଗିରିରୁ ଆସିଥିବା ବଡଦିଦି କାର୍ଯ୍ୟକ୍ରମର କର୍ମକର୍ତ୍ତାମାନେ ସମସ୍ତ ୭ ଗୋଟି ବ୍ଳକର କିଶୋରୀ ବାଳିକା ଏନ.ଏସ.ଏସ ଏନ.ସି.ସିର ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରି ନିଜ ଜିଲ୍ଲାର ଅନୁଭୂତିକୁ ବାଣ୍ଟିବା ସହ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ର କେତେ ଆବଶ୍ୟକ ଅଛି ତାହାକୁ ଅନୁଭବ କରାଇପାରିଥିଲେ । ଏହି କାର୍ଯ୍ୟକ୍ରମ ମୋହନା,ନୂଆଗଡ଼, ଆର.ଉଦୟଗିରି ପଞ୍ଚାୟତ ସମିତି ପାଇଁ ରା. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ, କାଶୀ ନଗର, ଗୁମ୍ମା, ରାୟଗଡ ଓ ଗୋଶାଣି ପଞ୍ଚାୟତ ସମିତି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଠାରେ ତାଲିମ ଅନୁଷ୍ଠିତ ହୋଇଥିଲା । ଶେଷ ଦିନରେ ସମସ୍ତ କିଶୋରୀ ବାଳିକାଙ୍କ ମତ ଅନୁସାରେ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କଥା ନିଷ୍ପତ୍ତି ହେଲା ପରେ କିଶୋରୀ ବାଳିକାମାନେ କାର୍ଯ୍ୟକ୍ରମର ନାମ ଦେଇଥିଲେ ପ୍ରତିଜ୍ଞା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଜିଲ୍ଲାରୁ ଶିଶୁ ଶ୍ରମିକ ମୁକ୍ତ କରିବା, ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବା, ଜିଲ୍ଲାରେ କେହି ହେଲେ ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ, ଜିଲ୍ଲାର କୌଣସି ଶିଶୁ ଯେପରି ଯୌନ ନିର୍ଯାତନା ହେବେ ନାହିଁ, ସେଥିପ୍ରତି ଏକ ସୁରକ୍ଷା ବଳୟ ତିଆରି କରିବା, ଜିଲ୍ଲାକୁ ଶିଶୁ ଚାଲାଣରୁ ମୁକ୍ତ କରିବା, ଜିଲ୍ଲାର ଶେଷ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା, ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁ ଥିବା ଶିଶୁକୁ ଥଇଥାନ କରିବା ।

hiring

ଏହି କାର୍ଯ୍ୟକ୍ରମକୁ ୨୦୨୫ ପୂର୍ବରୁ ସମ୍ପୂର୍ଣ୍ଣ କରିବା ହାତକୁ ନେଇଥିବା ରଣନୀତି ଗୁଡିକ ହେଲା ବାଲ୍ୟ ବିବାହ ବିରୋଧ ମଞ୍ଚ, ଯୁବ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହାବିଦ୍ୟାଳୟର ଏନ.ଏସ.ଏସ, ଏନ.ସି.ସି ଏବଂ ୟୁଥ ରେଡ଼କ୍ରସର ସ୍ୱେଚ୍ଛାସେବୀ ଏବଂ ନିର୍ଯାତିତ ଶିଶୁମାନେ ଆଗ ଧାଡିର କର୍ମୀ ହୋଇ କାର୍ଯ୍ୟ କରିବେ, ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ କରି ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା, ଅଧାରୁ ପାଠ ଛାଡିଥିବା ଶିଶୁମାନଙ୍କୁ ଚିହ୍ନଟ କରି ପୁନଃଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷାରେ ନିୟୋଜିତ କରାଇବା, ବିଭିନ୍ନ ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କଫୋର୍ସକୁ ସଶକ୍ତିକରଣ କରିବା ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା । ଏହି କାର୍ଯ୍ୟକ୍ରମକୁ ଆସନ୍ତା ଦିନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମସ୍ତଙ୍କର ସହଯୋଗ କାମନା କରିବା ସହ ଯେଉଁ ଅଙ୍ଗନବାଡି କର୍ମୀ ଏବଂ ସୁପରଭାଇଜର ବାଲ୍ୟ ବିବାହ ରୋକିବା ନିମନ୍ତେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବେ ତାଙ୍କୁ ଗଣତନ୍ତ୍ର ଦିବସରେ ଜିଲ୍ଲାରେ ସମ୍ମାନୀତ କରିବା ସହିତ ସେମାନଙ୍କ ନାମକୁ ସାହାସିକତା ପୁରସ୍କାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଜିଲ୍ଲାରେ ଚାଲୁ ରହିଥିବା ଆଶୀର୍ବାଦ ଯୋଜନାରେ ଭଲ ପଦର୍ଶନ ଦେଖାଇ ଥିବା ଦୁଇ ଜଣ ଅଙ୍ଗନବାଡି କର୍ମୀ ଶ୍ରୀମତି ଦମୟନ୍ତୀ ଭୂୟାଁ ଗୁମ୍ମା ବ୍ଳକ ଓ ଶ୍ରୀମତି ଆରୁଦ୍ରା ଶବର ରାୟଗଡା ବ୍ଳକ ଓ ମାଲକାନଗିରିରୁ ଆସି ଥିବା ବଡଦିଦି ଟିମର ସଦସ୍ୟ ସି ଶ୍ରୀ ଜୟନ୍ତୀ ବୁରୁଦା, ସୁଶ୍ରୀ ଭବାନୀ ହରିଜନ ଓ ସୁଶ୍ରୀ ଜ୍ୟୋତିର୍ମୟୀ ଖରାଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇ ଥିଲା । ଉପରୋକ୍ତ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ମିନତୀ ଦେଇ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିଲା ବେଳେ ଏଥିରେ ସମସ୍ତ ବ୍ଳକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ଚାଇଲଡ଼ ଲାଇନ, ସଖୀ ପଞ୍ଚାୟତ ସମିତି ସ୍ତରୀୟ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଏକ୍ସନଏଡ଼ରର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ୟୁଏନେଏଫପିଏର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen − 8 =