ଗୁରାଣ୍ଡି ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

0 77

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟରେ ଗୋଶାଣୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆୟୋଜନକ୍ରମେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ସକାଳୁ ପ୍ରଭାତ ଫେରି, ସଚେତନତା ଶୋଭାଯାତ୍ରା,ଚିତ୍ରାଙ୍କନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ ହୋଇଥିଲା । ପ୍ରଭାତ ଫେରିରେ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ପରେ ସ୍କୁଲ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବାସହ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ.ବୀରରାଜୁ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏଥିରେ ମୁଖ୍ୟତଃ ଗଜପତି ଜିଲ୍ଲାର କଳା ସଂସ୍କୃତି ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଚିତ୍ର, ଗଣ୍ଡାହାତୀ ଜଳପ୍ରପାତ, ପାରଳା ରାଜ୍‌ ମହଲ ଆଦି ଚିତ୍ର ଆଙ୍କିଥିଲେ । ଗୋଶାଣୀ ବ୍ଳକର ପ୍ରାୟ ୧୦ କ୍ଲଷ୍ଟରର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି. ଧନଞ୍ଜୟ ପରିଚାଳନା କରିଥିବାବେଳେ ସି.ଆର.ସି ରଶ୍ମିତା ସାମଲ, ନରେନ୍ଦ୍ର ଭୂୟାଁ, ଟି.କିଶୋର କୁମାର, ପ୍ରଦୀପ କୁମାର ସାମଲ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty − nineteen =