ସୋପାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା

0 62

ଗଜପତି,୪/୪- ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ବି.ସୀତାପୁର ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଠାରେ ସୋପାନ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ପୁଷ୍ଟି ଓ ସ୍ୱାସ୍ଥ୍ୟର ଉନ୍ନତି । ଏହି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଗର୍ଭବତୀ, ପ୍ରସୂତୀ ମାଆ, ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଛତୁଆ ସହ କେନ୍ଦ୍ରରେ ସୋପାନ କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ୩୦୦ ଦିନ (ବର୍ଷକୁ) ପାଇବେ । କିଶୋରୀ ବାଳିକା (୧୫ ରୁ ୧୯ ବର୍ଷ) ସପ୍ତାହକୁ ତିନିଟି ଅଣ୍ଡା ଓ ପୁଷ୍ଟି ହୀନ ଶିଶୁମାନେ ପାଇବେ । ଏହାଦ୍ୱାରା ସମସ୍ତ ମାଆ ଓ ଶିଶୁର ସ୍ୱାସ୍ଥ୍ୟର ଉନ୍ନତି ଘଟିବ । ଗଜପତି ଜିଲ୍ଲାର ସମସ୍ତ ୨୪୩୬ ଗୋଟି କେନ୍ଦ୍ରରେ ଗତ ୧ ତାରିଖ ଠାରୁ ସୋପାନ କାର୍ଯ୍ୟକ୍ରମ ଆରମ୍ଭ ହେଲା ।ଏହା ବ୍ଳକର ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଶୁଭାରମ୍ଭ ହେଲା । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା କତଲକଇଠା କେନ୍ଦ୍ରରେ ଶୁଭାରମ୍ଭ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବି. ସୀତା ପୁର ଠାରେ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଶ୍ରୀମତି କେ ସୁନିତା, ଅଜୟ ନାୟକ ମେନେଜର, ସୁପରଭାଇଜର ସାରଳା ପାତ୍ର ସୁପରଭାଇଜର ଉପସ୍ଥିତ ଥିଲେ । ବ୍ଳକ ତରଫରୁ ସୁପରଭାଇଜର ସୁଜାତା ଗନ୍ତାୟତ ଶଶୀ ଗୋମାଙ୍ଗ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବି .ସୀତାପୁରର ଅଙ୍ଗନୱାଡି କର୍ମୀ, ପୁଷ୍ପାଞ୍ଜଳି ପଣ୍ଡା ପରିଚାଳନା କରିଥିବା ବେଳେ ଏହାକୁ ସହଯୋଗ କରିଥିଲେ । ମିନି ଅଙ୍ଗନୱାଡି କର୍ମୀ କେ.ବିଜୟ ଲକ୍ଷ୍ମୀ, ଆଶା କର୍ମୀ ଏନ. ତ୍ରିବେଣୀ ହେଲ୍ପର ପଦ୍ମାବତୀ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମର କିଶୋରୀ ବାଳିକାଙ୍କ ସହିତ ଗ୍ରାମର ଗର୍ଭବତୀ ମାଆମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + 10 =