ପ୍ରୟାସ – ୩୦ ମେଧା ଛାତ୍ର ଗ୍ରୁପ ଶିକ୍ଷାଦାନ ଆରମ୍ଭ

0 74

ପାରଳାଖେମୁଣ୍ଡି,୨୧/୧୦- ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳକ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ “ପ୍ରୟାସ – ୩୦’ ମେଧା ଛାତ୍ର ଗ୍ରୁପ ଗଠିତ ହୋଇଛି । ଏହି ଛାତ୍ରମାନଙ୍କ ଶୈକ୍ଷିକ ବିକାଶ ତଥା ଆଗାମୀ ୨୦୨୨-୨୩ ରେ ଅନୁଷ୍ଠିତ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ପ୍ରତିଦିନ ଅତିରିକ୍ତ ଏକ ଘଣ୍ଟା ଅଧିକ ପାଠ ପଢାଇବା ସହ ପରୀକ୍ଷା ସମ୍ବନ୍ଧିତ ଆଲୋଚନାଚକ୍ର ଓ କର୍ମଶାଳା ଆୟୋଜନ କରି ସେମାନଙ୍କର ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ପ୍ରୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଛାତ୍ରମାନଙ୍କର ଅଭିଭାବକ ଓ ପିତାମାତା ମାନଙ୍କ ସହ ପ୍ରଧାନଶିକ୍ଷକ ଶ୍ରୀ ୱାଇ ଧର୍ମାରାଓ ନେତୃତ୍ୱରେ ଆଲୋଚନା କରାଯାଇଥିଲା । ଅଭିଭାବକ ମାନେ ମଧ୍ୟ ଏହି କ୍ଷେତ୍ରରେ ସେମାନଙ୍କ ସନ୍ତାନ ମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ଗ୍ରୁପ ତିଆରି କରି ଏହି ମେଧାବୀ ଛାତ୍ର ମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା ସହ ବିଭିନ୍ନ ପ୍ରସଙ୍ଗରେ ସମୟ ସମୟରେ ପରୀକ୍ଷା କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ଶୁୁଭଦର୍ଶିନୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ଚଳାଇବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ ନିମନ୍ତେ ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 + 7 =