ପାରଳାଖେମୁଣ୍ଡି,୧୮/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ନବ ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ୫ ଦିନିଆ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ତିନୋଟି ବ୍ଳକ ନୂଆଗଡ଼, ରାୟଗଡ ଓ ଆର.ଉଦୟଗିରିର ସରପଞ୍ଚମାନେ ଅଂଶଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ଉକ୍ତ ତାଲିମରେ ତାଲିମଦାତା ଭାବେ ଲିଙ୍ଗରାଜ ପାଣିଗ୍ରାହୀ, ରବି ନାରାୟଣ ପାଇକରାୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର କହଁରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ତାଲିମ ପାଇବା ପରେ ପଞ୍ଚାୟତ ପ୍ରତିନିଧିମାନେ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ପ୍ରକୃତ ହିତାଧିକାରୀ ପାଇପାରିବେ ତା ଉପରେ ଗୁରୁତ୍ୱ ଦେବାସହ ଲୋକଙ୍କୁ ସଚେତନତା କରାଇ ଯୋଜନାର ସଫଳ ରୂପାୟନ କରିପାରିବେ ଓ ମୋ ସ୍ୱପ୍ନର ପଞ୍ଚାୟତ ଗଠନ କରିପାରିବେ । ମୋ ସ୍ୱପ୍ନର ପଞ୍ଚାୟତ ଗଠନ କରିବା ସହ ସଶକ୍ତ ଗ୍ରାମପଞ୍ଚାୟତ ଓ ସଶକ୍ତ ଓଡ଼ିଶା ଗଠନ କରିପାରିବେ ବୋଲି ଆଶା କରାଯାଉଛି ।