ଗଞ୍ଜାମ/କୁମାରପାଣି :ଗଣେଶ ପୂଜା ଉପଲକ୍ଷେ ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତର କୁମାରପାଣି ଗ୍ରାମରେ ଦୀର୍ଘ ୯ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାଚାଲୁ ରହିଥିବା ବେଳେ ଅନ୍ତିମ ଦିନ ଏକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପୂଜା କମିଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସୁନାମ ଧନ୍ୟ ଆଧ୍ୟାତ୍ମିକ ପ୍ରବକ୍ତା ମାନସ ଭକ୍ତିରତ୍ନ ପଣ୍ଡିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ ଦିବ୍ୟ ପ୍ରବଚନ ପ୍ରଦାନ କରି ପ୍ରଭୁ ରାମଙ୍କ କଥା ଓ ଗାଥା ବର୍ଣ୍ଣନାକରିବା ସହିତ ସବରୀ ମହାରାଣୀ କିପରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ ତାହା ବିଶଦ ଭାବରେ ବୁଝାଇ ଥିଲେ । ସମାଜରେ ସଂସ୍କାରର ଆବଶ୍ୟକ କିପରି ଜରୁରୀ ତାହା ମଧ୍ୟ ଆଲୋକପାତ କରିଥିଲେ । ଗୀତିକାର, କଣ୍ଠଶିଳ୍ପୀ, ସାମ୍ବାଦିକ ଓ ଶିକ୍ଷକ ସରୋଜ କୁମାର ମହାନ୍ତି ନିଜର ସୁଲଳିତ କଣ୍ଠରେ ଭଜନ ଗାନ କରିବା ସହିତ ରାମ କଥାକୁ ଆଲୋଚନା କରି ସ୍ରୋତାମାନକୁ ମୁଗ୍ଧ କରଥିଲେ । ଏଥିରେ ପୂଜା କମିଟିର ଶିବରାମ ପ୍ରଧାନ, ସୁଧୀର କାନ୍ତ ମହାରଣା, ଅରୁଣ ମହାରଣା, ଚୌଧୁରୀ ପ୍ରଧାନ, ଗଉରା ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ରବିନ୍ଦ୍ର ମହାରଣା, ବାପୁଜି ମହାରଣା ଓ ସାହିବାସିନ୍ଦା କାର୍ଯ୍ୟକ୍ରମକୁ ସହଯୋଗ କରିବା ସହିତ ଦିବ୍ୟ କଥା ଶ୍ରବଣ କରିଥିଲେ ।