ଭକ୍ତଙ୍କୁ ବୀର ନାଗା ବେଶରେ ଦର୍ଶନ ଦେଲେ ପ୍ରଭୁ ହନୁମାନ

0 50

ପୁରୀ : ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ମାର୍ଗଶୀର କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ରରେ ଆଜି ଭକ୍ତ ମାନେ ପାଳନ କରିଛନ୍ତି ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ସକାଳୁ ସକାଳୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଓ ତୀର୍ଥ ସ୍ଥଳୀ ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଭକ୍ତ । ସେହିପରି ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥିଲା । ମାର୍ଗଶିର କୃଷ୍ଣ ପଞ୍ଚମୀ ତିଥିରେ ତଥା ବର୍ଷକୁ ଏହି ଗୋଟିଏ ଦିନ ସିଦ୍ଧମହିବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ । ଆଜି ଗୋଟିଏ ଦିନ ପ୍ରଭୁ ହନୁମାନ ବୀର ନାଗା ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିବାରୁ ଭକ୍ତ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।
ସିଦ୍ଧମହାବୀର ମନ୍ଦିରରେ ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତି, ବାଳଭୋଗ ଧୂପ, ଦ୍ୱିପ୍ରହର ଧୂପ ସରିବା ପରେ ପ୍ରଭୁ ସିଦ୍ଧମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା । ଭକ୍ତ ମାନେ ଭୋରରୁ ପ୍ରଭୁଙ୍କର ଏହି ଦୁର୍ଲଭ ବେଶର ସୁଯୋଗ ପାଇଛନ୍ତି । ପରମ୍ପରା ଅନୁସାରେ ଏଠାରେ ଆଜି ରସଗୋଲା, ଚୁଡାଘଷା ଓ କ୍ଷୀରୀ ଭୋଗ ସମର୍ପଣ କରି ଭକ୍ତ ମାନେ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଜି ଦିନ ତମାମ ସିଦ୍ଧମହାବୀର ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳାର ଆୟୋଜନ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − thirteen =