ଓଡିଶା ରାଜ୍ୟ ଅସ୍ଥାୟୀ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସଂଘର ଜରୁରୀକାଳୀନ ଅଧିବେଶନ

0 37

ଭୁବନେଶ୍ୱର : ଆଜି ନିୟନ୍ତ୍ରିତ ବଜାର କମିଟି ଅସ୍ଥାୟୀ କର୍ମଚାରୀ ସଂଘର ଏକ ଜରୁରୀ କାଳୀନ ଅଧିବେଶନ ସଂଘର ସଭାପତି ପରମେଶ୍ୱର ଦାଶଙ୍କ ଭୁବନେଶ୍ୱର ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ରାଜ୍ୟ ସରକାରୀ ଅନଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ସଂଯୋଜକ ଆଶିଷ କୁମାର ନନ୍ଦ, ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ତଥା ସଙ୍ଘର ଉପଦେଷ୍ଟା ପ୍ରମୋଦ କୁମାର ସାମଲ ଏବଂ କୋରାପୁଟରୁ ଆସିଥିବା ଅରୁଣ କୁମାର ମିଶ୍ର ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ସଙ୍ଘର ସଭାପତି ଶ୍ରୀ ଦାଶଙ୍କ ଅଧକ୍ଷତାରେ ହେଉଥିବା ସଭାରେ ସମସ୍ତ ବକ୍ତମାନେ ସମାନ କଥା କହିଥିଲା ବେଳେ ଦାବି ଗୁଡିକ ପୂରଣ କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ରଖିଥିଲେ । ସଙ୍ଘର ମୁଖ୍ୟ ଦାବି ଗୁଡିକ ହେଲା ସମସ୍ତ ଆରଏମସି ରେ ଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଛଟେଇ ହୋଇଥିବା କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ, ଆଉଟସୋରସିଂରେ କର୍ମଚାରୀ ନିଯୁକ୍ତି ନ ହୋଇ ସିଧା ଆରଏମସି ମାଧ୍ୟମରେ ନିଯୁକ୍ତି ମିଳୁ, ଡ଼ିଏଲଆର, ଏନଏମଆର ଓ ଠିକା କର୍ମଚାରୀ ମାନଙ୍କୁ ରେଗୁଲାର କରାଯା. ସଂଘର ବିଚାରରେ ସରକାରଙ୍କ ସବୁ ଗରିବ କଲ୍ୟାଣ ଯୋଜନା ଗୁଡିକ ଠିକା ଅସ୍ଥାୟୀ କର୍ମଚାରୀଙ୍କ ମାଧ୍ୟମରେ ଚାଲୁଛି ଓ ସରକାରୀ ସ୍ତରରେ ସବୁଠୁ ବେଶି ଅବହେଳାର ଶିକାର ଏହି ଅସ୍ଥାୟୀ କର୍ମଚାରୀ ମାନେ ହେଉଛନ୍ତି । କୌଣସି ସରକାରୀ ଯୋଜନାରୁ ସୁବିଧା, ସରକାରୀ ଘୋଷିତ ଦରମା ପାଉନଥିବାରୁ ଦାବି ଗୁଡିକ ସମ୍ପର୍କରେ ସରକାରଙ୍କୁ ଜଣାଇବୁ ଓ ସରକାର ଦାବି ନ ଶୁଣିଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି ସଭାପତି ଶ୍ରୀ ଦାଶ ।

hiranchal ad1
Leave A Reply

Your email address will not be published.

5 × three =