ଟେକ୍ନୋ ଗୁରୁକୁଳ ଇଂରାଜୀ ମିଡ଼ିଅମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କଲେ ବିଧାୟକ

0 482

ନବରଙ୍ଗପୁର: ନବରଙ୍ଗପୁର ସହର ଚଉଁରିଆଗୁଡ଼ା ଠାରେ ଥିବା ଇଂରାଜୀ ମିଡ଼ିଅମ ସ୍କୁଲ “ଟେକନୋ ଗୁରୁକୁଳ’ ସ୍କୁଲରେ ଏକ ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧନି । ପୂର୍ବାହ୍ନ ସାଢେ଼ ନଅଟା ସମୟରେ ବିଧାୟକ ସଦାଶିବ ପ୍ରଧନି ମହୋଦୟ ସ୍କୁଲ ପହଞ୍ଚି ଲାଲ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରି ସବୁ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ଯାଇ ତାଙ୍କ ପ୍ରୋଜେକ୍ଟ ଗୁଡ଼ିକ ବିଷୟରେ ପଚାରି ବୁଝି ଆଲୋଚନା କରି ସେମାନଙ୍କ ମଧ୍ୟରେ ମନୋବଳ ଓ ଉତ୍ସାହ ବଢାଇଥିଲେ । ଯେହେତୁ ବିଧାୟକ ଜଣେ ବିଜ୍ଞାନ ଛାତ୍ର ଥିଲେ ସବୁ ପ୍ରୋଜେକ୍ଟ ଗୁଡ଼ିକ ଦେଖି ଆୟୋଜନ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାପନା ଉଚ୍ଚକୋଟୀର ହୋଇଥିବା ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀଙ୍କ ଏକ ଅନୁରୋଧ ଥିଲା କି, ସରକାରୀ ସ୍କୁଲ ସ୍ତରରେ ହେଉଥିବା ବିଜ୍ଞାନ ପ୍ରଦର୍ଶନୀରେ ତାଙ୍କ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଭାଗ ନେବାକୁ ସୁଯୋଗ ଦିଆଯାଉ । ଏହାର ଜବାବରେ ବିଧାୟକ ମୋହଦୟ ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ କର୍ମଚାରୀ ଓ ରାଜ୍ୟ ଶିକ୍ଷା ବିଭାଗ ସହ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

hiring


ଆଗାମୀ ଶିଶୁ ଦିବସ ଅବସରରେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ତିନିଗୋଟି ବିଭାଗରେ ଭାଗ କରି ଯଥା କେଜି ସେକ୍ସନ, ପ୍ରଥମ ଶ୍ରେଣୀରୁ ଚତୁର୍ଥ ଓ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଭାଗ କରାଯାଇଥିଲା ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଯଥା, ଗ୍ଲୋବାଲ ୱର୍ମିଂରେ ୨୩ ଜଣ, ଟ୍ରାନ୍ସପୋର୍ଟ ଓ କମ୍ୟୁନିକେସନ ରେ ୨୨ ଜଣ, ଏଗ୍ରିକଲ୍‌ଚରାଲ ପ୍ରାକଟିସରେ ୧୨ ଜଣ, ଇଲେକ୍ଟ୍ରିକାଲ ସୋର୍ସ ଅଫ ଏନର୍ଜିରେ ୧୩ ଜଣ, ମଥମେଟିକଲ୍‌ ପ୍ରୋଜେକ୍ଟରେ ୨ ଜଣ ସମୁଦାୟ ୭୨ ଜଣ ଛାତ୍ର ଛାତ୍ରୀ ନିଜ ତିଆରି ପ୍ରୋଜେକ୍ଟ ଉପସ୍ଥାନ କରିଥିଲେ ।
ଦୁଇଜଣ ଜର୍ଜ ଡାଏଟ ସ୍କୁଲର ଟିଚର ଏଯୁକେଟର ଓଁକାର ପଟ୍ଟନାୟକ ଓ ଜିଲ୍ଲା ବିଜ୍ଞାନ ସଂଯାଯୋକ ଚିତ୍ତ ରଞ୍ଜନ ପଟ୍ଟନାୟକ ପ୍ରତ୍ୟେକ ପ୍ରୋଜେକ୍ଟ ପରୀକ୍ଷା କରି ଏମାନଙ୍କ ମଧ୍ୟରୁ ପଞ୍ଚମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବାଛିଥିଲେ । ଏହି କ୍ରମରେ ପଞ୍ଚମ ଶ୍ରେଣୀର ଅଂଶୁମାନ ନାୟକ ପ୍ରଥମ, ଅମିକ୍ଷା ପାଣିଗ୍ରାହୀ ଦ୍ୱିତୀୟ ଓ ସ୍ୱୀକୃତି ନାୟକ ତୃତୀୟ ହୋଇଥଲେ । ଷଷ୍ଠ ଶ୍ରେଣୀର ଚିରସ୍ମିତା ପଟ୍ଟନାୟକ ପ୍ରଥମ, ଆୟୁଷ ରଥ ଦ୍ୱିତୀୟ, ଆଦିତ୍ୟ ପଣ୍ଡା ତୃତୀୟ ହୋଇଥିଲେ । ସପ୍ତମ ଶ୍ରେଣୀର ସାନିଧ୍ୟା ରାୟ ପ୍ରଥମ, ପୃଥିବୀ ରାଜ ତ୍ରିପାଠୀ ଦ୍ୱିତୀୟ ଓ ପି. ଧନୁଷ ଏବଂ ଦୀପଶିଖା ଦାସ ତୃତୀୟ ହୋଇଥିଲେ । ଅଷ୍ଟମ ଶ୍ରେଣୀର ସମୀକ୍ଷା ମହାନ୍ତି ପ୍ରଥମ, ଆଦ୍ୟାଶା ସ୍ୱାଇଁ ଦ୍ୱିତୀୟ ଓ ହଂଶିକା କାଲୋ ତୃତୀୟ ହୋଇଥିଲେ । ଏହାଛଡା ନର୍ସରୀ, ଏଲକେଜି ଓ ୟୁକେଜି ଛାତ୍ର ଛାତ୍ରୀଙ୍କ ଭିତରେ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ଯାଏଁ କୁଇଜ୍‌ ଓ “ବେଷ୍ଟ ଆଉଟ୍‌ ଅଫ ୱେଷ୍ଟ’ ପ୍ରତିଯୋଗିତା ହୋଇଥିଲା ।


ଟେକନୋ ଗୁରୁକୁଳ ସ୍କୁଲ ପ୍ରିନ୍ସିପଲ୍‌ ସଂଗ୍ରାମ ନାୟକ କହିଛନ୍ତି ସ୍କୁଲରେ ଏକ ଆଧୁନିକ ଲବୋରେଟରୀ, ଏକ ସୁସଜ୍ଜିତ ଲାଇବ୍ରେରୀ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଶିକ୍ଷାଦାନ ପାଇଁ ଉତ୍ସର୍ଗିକୃତ ପ୍ରୟାସ ସ୍କୁଲରେ ପଡୁଥିବା ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ । ସୂଚନା ଥାଉ କି ଏହି ସ୍କୁଲରେ ଏହି ଶିକ୍ଷା ବର୍ଷରେ ୯୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିପାଇଁ ୩୨ ଜଣ ଅଧ୍ୟାପନା କର୍ମଚାରୀ ଓ ୫ ଜଣ ଅଣ ଅଧ୍ୟାପନା କର୍ମଚାରୀ ନିୟୋଜିତ ରହିଛନ୍ତି । ଛାତ୍ର ଛାତ୍ରୀଙ୍କ ଯିବା ଆସିବା ପାଇଁ ଦୁଇଟି ସ୍କୁଲ ବସ ଓ ଦୁଇଟି ଭ୍ୟାନ୍‌ ଯୋଗାଇ ଦିଆଯାଉଛି ।

hiranchal ad1
Leave A Reply

Your email address will not be published.

12 + twenty =