ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ କର୍ମଶାଳା

0 64

ଭୁବନେଶ୍ୱର : ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ଏସଆରଏସ/ଏସ୍‌ବିଆର୍‌ଟି ସହ ସମ୍ବନ୍ଧିତ ଉପଯୁକ୍ତ କ୍ଲିନିକାଲ ସୁବିଧା ଏବଂ ଜଟିଳତା ବୁଝିବାରେ ସାହାଯ୍ୟ କରିଛି । ଏହା ଏକ ଉପଯୁକ୍ତ କ୍ଲିନିକାଲ ଏସ୍‌ଆ୍‌ଏସ ବା ଏସ୍‌ବିଆରଟି କିଭଳି କରାଯାଏ ତାହାର ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରିବା ସହିତ କ୍ଲିନିକାଲ ୱାର୍କପ୍ଲୋ, ରୋଗୀ ଚୟନ, ଅସ୍ତ୍ରୋପଚାର ଯୋଜନା ପୂର୍ବରୁ ପ୍ରସ୍ତୁତି, ରୋଗୀଙ୍କର ଇମୋବିଲାଇଜେସନ, ଇମେଜିଙ୍ଗ ଏବଂ ମୋମନ୍‌ ମ୍ୟାନେଜମେଣ୍ଟ, ଇମେଜ ଗାଇଡ ଏବଂ ଭଲ୍ୟୁମେଟ୍ରିକ ଆର୍କ ଅଧିନରେ ଏସ୍‌ଆରଏସ/ଏସ୍‌ବିଆର୍‌ଟି ଚିକିତ୍ସା ଯୋଜନା, ଗୁଣାତ୍ମକମାନ ସୁନିଶ୍ଚିତ କରିବା, ଚିକିତ୍ସାର ପଦ୍ଧତି ଏବଂ ଚିକିତ୍ସା ପରବର୍ତ୍ତୀ ସେବା ଯତ୍ନ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।
ଏହି କର୍ମଶାଳା ପରିଚାଳନା ନିମନ୍ତେ ଚେନ୍ନାଇରେ ଥିବା ଆପୋଲୋ କ୍ୟାନସର ସେଣ୍ଟରର ବିଶେଷଜ୍ଞ ଡାକ୍ତରମାନଙ୍କୁ ଏବଂ ରାଜ୍ୟର କ୍ୟାନସର ସେଣ୍ଟର ବିଶେଷଜ୍ଞ ଡାକ୍ତରମାନଙ୍କୁ ସାମିଲ କରାଯାଇଥିଲା ।
ଏହି କର୍ମଶାଳା ଆପୋଲୋ କ୍ୟାନସର ସେଣ୍ଟର, ଚେନ୍ନାଇର ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ଶଙ୍କର ଭାଙ୍ଗିପୁରମ, ପ୍ରଫେସର ଡାକ୍ତର ଏସ୍‌ଏନ୍‌ ସେନାପତି, ରେଡିଏସନ ଅଙ୍କୋଲୋଜି ବିଭାଗୀୟ ମୁଖ୍ୟ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ଓ କେନ୍ଦ୍ର, କଟକ ଡାକ୍ତରର ବିକେ ମହାନ୍ତି ନିର୍ଦ୍ଦେଶକ କିମ୍‌ସ, କ୍ୟାନସର କେନ୍ଦ୍ର, ପ୍ରଫେସର ଡାକ୍ତର ଦିଲୀପ ପରିଡା, ଏମ୍‌ସ ଚିକିତ୍ସାଳୟର ରାଜିଏସନ ଅଷ୍ଟୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସରୋଜନ ଦାସ ମଜୁମଦାର ଅତିରିକ୍ତ ବିଭାଗୀୟ ମୁଖ୍ୟ ରାଡିଏସନ ଅଙ୍କୋଲୋଜିଷ୍ଟ ଏମସ୍‌ ଭୁବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନେର ପରିଚାଳନା କରାଯାଇଛି ।

hiring


ଏହି କର୍ମଶାଳାର ଅର୍ଗାନାଇଜିଂ ସେକ୍ରେଟେରୀ ଏବଂ ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସ୍ଥିତି ଦାସ କହିଛନ୍ତି ଏହି କର୍ମଶାଳାରେ ପ୍ରୟୋଗ କରାଯାଉଥିବା ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ଆମ କେନ୍ଦ୍ରଗୁଡିକରେ ନିୟମିତ ଭାବେ ପ୍ରୟୋଗ କରଯାଉଛି । ଆମେ ପ୍ରାୟ ୩୦୦ ରୋଗୀଙ୍କୁ ଏହି ସେବା ଯୋଗାଇବା ସହିତ ସଂପ୍ରତି ଏହାକୁ ଟ୍ରାଇଜେମିନାଲ, ନ୍ୟୁାରଲଜିଆ, ଆରଟେିଓଭେନସ ମାଲପରମେସନ ଆଣ୍ଡ ଗ୍ଲୁମସ୍‌ ଟ୍ୟୁମର ଚିକିତ୍ସା ନିମନ୍ତେ ବ୍ୟବହାର କରୁଛୁ । ଆମେ ଆମ ଆପୋଲୋ କ୍ୟାନସର ସେଣ୍ଟର ଭୁବନେଶ୍ୱ ଠାରେ ଏହିଭଳି ଅନେକ ଅଭିନବ ଚିକିତ୍ସା ଶେଳୀର ପ୍ରୟୋଗ ନିମନ୍ତେ ସର୍ବଦା ଉଦ୍ୟମ ଜାରି ରଖିଛୁ ।
ଆପୋଲୋରେ ଆମେ ସର୍ବଦା ଜ୍ଞାନକୌଶଳକୁ ଉନ୍ନତିକରଣ କରାଇବ ପାଇଁ ଚେଷ୍ଟା କରି ଆସିଛୁ ଏବଂ ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ ଦିନ । କର୍କଟ ଚିକିତ୍ସା କ୍ଷେତ୍ରରେ ଏହି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ରେଡିଏସନ ଥେରାପୀ କରାଉଥିବା ରୋଗୀ ଯେଉଁମାନଙ୍କୁ ଡାକ୍ତରଖାନାରେ ବେଶୀଦିନ ରହିବାକୁ ପଡୁଥିଲା ସେମାନେ ଉପକୃତ ହେବେ ଏବଂ ଅଳ୍ପଦିନ ଡାକ୍ତରଖାନାରେ ରହିବେ ।
ସେ ବୈଷୟିକ ଜ୍ଞାନକୌଶଳ ହେଉ ଅବା ବିଶେଷଜ୍ଞ ଡାକ୍ତର ହୁଅନ୍ତୁ ଆମେ ଆମ ରୋଗୀମାନଙ୍କୁ ସର୍ବଦା ସର୍ବୋଚ୍ଚସ୍ତ ସେବା ଯୋଗାଇ ଦେବାକୁ ପ୍ରାଥମିକତା ଦେଇଆସିଛୁ ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ସିଓଓ ଆଣ୍ଡ ଡାଇରେକ୍ଟର ମେଡିକାଲ ସର୍ଭିସେସ୍‌ ଡାକ୍ତର ଆଲୋକ ଶ୍ରୀବାସ୍ତବ ।

hiranchal ad1
Leave A Reply

Your email address will not be published.

11 − 1 =