ମହାନଗର ଓ ଗ୍ରାମୀଣ ଅଞ୍ଚଳରେ ବିଶ୍ୱ ନିମୋନିଆ ଦିବସ ପାଳିତ

0 48

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ଓ ତବଡା ଗ୍ରାମରେ ବିଶ୍ୱ ନିମୋନିଆ ଦିବସକୁ ନେଇ ଜନ ସଚେତନତା ରାଲି ଓ ସଭା କରାଯାଇଥିଲା । ସେଠାରେ ଆଶା ଦିଦି କୁନି ହାତୀଙ୍କ ନେତୃତ୍ୱରେ ପ୍ରତିଭା ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନଙ୍କୁ ନେଇ ଓ କୁଦଗୁଣ୍ଡେରପୁର ସବ ସେଣ୍ଟର ଅଧିନସ୍ଥ ତବଡା ଗ୍ରାମରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜୟନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସଚେତନତା ଶୋଭାଯାତ୍ରା ବାହାରିଥିଲା । ତବଡା ଠାରେ ନିମୋନିଆ ହେବାର ଲକ୍ଷଣ, କାରଣ, ପ୍ରତିରୋଧ ଓ ପ୍ରତିକାର ଉପରେ ସଚେତନ କରା ଯାଇଥିଲା । ଏଥିରେ ଆଶା ଗିରିଜା ଛତର, ଉଦିଆଁ କୁମ୍ଭାର ଓ ଅଙ୍ଗନୱାଡି କର୍ମୀ ସରସ୍ୱତୀ ମେଣ୍ଡଲି ସହାୟିକା ଚନ୍ଦ୍ରକାନ୍ତି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ବିଶ୍ୱ ନିମୋନିଆ ଦିବସ ଅବସରରେ ଯୁଯୋମୁରା ବ୍ଲକ୍‌ ଛାମୁଣ୍ଡା ପଞ୍ଚାୟତର ବଡମାଲ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ମହାନଦୀ କୋଲ୍ଡ ଫିଲ୍ଡ (ଏମସିଏଲ) ଓ ବାଏଫ ପକ୍ଷରୁ ଆୟୋଜିତ ଏହି ଶିବିରରେ ସ୍ୱାସ୍ଥ୍ୟ ସଚେତନତା ସାଙ୍ଗକୁ ନିମୋନିଆ ରୋଗର କାରଣ ପ୍ରତିକାର ପ୍ରଭୃତି ସଂପର୍କରେ ଆଲୋଚନା କରାଯାଇ ଉପସ୍ଥିତ ୫୦ରୁ ଉଦ୍ଧ୍ୱର୍ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବିତରଣ କରାଯାଇଥିଲା । ଡା.ରାଜାରାମ ଷଡଙ୍ଗୀ ସ୍ୱାସ୍ଥ୍ୟ ସଚେତନତା ସହିତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଶିବିରରେ କିଛି ଦୁଃସାଧ୍ୟ ରୋଗୀ ଚିହ୍ନଟ ହେବାପରେ ସେମାନଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ଏହାକୁ ଜେଡିପିଓ ସ୍ମିତାରଣୀ ପଟ୍ଟନାୟକ ଓ ପ୍ରିତି ପଲ୍ଲବୀ ନାୟକ ପରିଚାଳନା କରିଥିବା ବେଳେ ସିଆରପି ତ୍ରିଲୋଚନ ନାଏକ ଏଥିରେ ସହଯୋଗ କରିଥିଲେ । ଏହି ଶିବିରରେ ଛାମୁଣ୍ଡା ପଞ୍ଚାୟତର ବଡମାଲ, ଲରାବିରା ଓ ବୁର୍ଦା ପ୍ରଭୃତି ଗ୍ରାମରୁ ଚାଷୀ ପରିବାରମାନେ ଆସିଥିଲେ ।

hiranchal ad1
Leave A Reply

Your email address will not be published.

eight − three =