ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

0 30

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରୀ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିରହିଥିବା ବାପା ଝିଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚନ୍ଦ୍ରଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରାଇ ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସୂଚନା ଯୋଗ୍ୟ ଯେ ମୋହନା ବ୍ଲକ ପରିଦର୍ଶନରେ ଯାଇ ଫେରୁଥିବା ବେଳେ ରାସ୍ତାରେ ବାଇକ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ । ମୋହନାରୁ ଫେରୁଥିବା ବେଳେ ଚନ୍ଦ୍ରଗିରି କାନାରା ବ୍ୟାଙ୍କ ନିକଟରେ ବାଇକ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିରହିଥିଲେ ନୁଆଗଡ ଗ୍ରାମର ହରେକୃଷ୍ଣ ମହନ୍ତ ଓ ତାଙ୍କ ଝିଅ ଶୁଭସ୍ମିତା ମହନ୍ତ । ଏଭଳି ପରିସ୍ଥିତି ଦେଖି ଗାଡ଼ି ରଖି ଆହତଙ୍କୁ ନିଜ ଗାଡିରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ ଜିଲ୍ଲାପାଳ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ଚିକିତ୍ସା ପରେ ଉଭୟ ଆହତଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଜିଲ୍ଲାପାଳଙ୍କ ଏଭଳି ମହାନତା ପାଇଁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

19 − 13 =