ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

0 171

ହରଭଙ୍ଗା ୨/୧୦:- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ୭ ନମ୍ବର ଜୋନରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଦଯାତ୍ରା ରେ ବିଜେଡ଼ିର ସମସ୍ତ କର୍ମୀମାନେ ଏକତ୍ରିତ ହୋଇ ଗାଁ କୁ ଗାଁ ବୁଲି ଘରେ ଘରେ ବିଜୁଜନତା ଦଳର ଓଡ଼ିଶାରେ ୨୩ ବର୍ଷର ସୁ ଶାସନର ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରତିଶୃତିବଦ୍ଧ ହୋଇଥିଲେ । ଏହାଦ୍ୱାରା ଗାଁର ସମସ୍ତ ଭୋଟର ମାନଙ୍କ ସହିତ ମଧ୍ୟ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଆଉ ଏକ ଲକ୍ଷ୍ୟ ବୋଲି ଦଳ ତରଫରୁ ସୁଚନା ମିଳିଛି । ଆଜିର ଏହି ପଦଯାତ୍ରାରେ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ୭ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, କଣ୍ଟାମାଳର ପୂର୍ବତନ ବିଧାୟକ ଭଗବାନ କହଁର , ବିଜେଡ଼ି ସଭ୍ୟ ଅଶୋକ କୁମାର ସାହୁ, ଜିତୁ ଦାସ,ସୁଶାନ୍ତ ପ୍ରଧାନ, ରବିନାରାୟଣ ପ୍ରଧାନ, ଗରୁଡ଼ ପ୍ରଧାନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

seven − one =