ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

0 105

ହରଭଙ୍ଗା,୧୧/୧୦:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୱାଇସିଡିଏ ଓ ବିଏନଆଇର ମିଳିତ ଉଦ୍ୟମରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୧୫ଟି ପଞ୍ଚାୟତର ପ୍ରାୟ ୪୦ ଜଣ ମାନସିକ ରୋଗୀ ଓ ତାଙ୍କର ପରିବାରବର୍ଗ ଓ ବିଭିନ୍ନ ବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପ୍ରଥମେ ଏକ ରାଲି ମାଧ୍ୟମରେ ମାନସିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଚନା, କବିତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥଲା । ଶେଷରେ ବିଏନଆଇର ମୁଖ୍ୟ ରାଜୀବ କର୍ମୀ ସ୍ଥାନୀୟ ସରପଞ୍ଚ ପ୍ରଦୀପ କହଁର ଓ ସିଏଚଓ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବାସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ୱାଇସିଡିଏର ବ୍ଲକ୍‌ କୋର୍ଡିନେଟର ଗିରିଶ ମେହେର ପରିଚାଳନା କରିଥିବା ବେଳେ ଅନିଲ ଷାଣ୍ଢ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × three =