ଫେଲ୍‌ ମାରିଛି ରାଜ୍ୟ ସରକାରଙ୍କ ନିରାମୟ ଯୋଜନା: ପୋଲ ତଳେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ

0 140

ହରଭଙ୍ଗା,୧୦/୪:- ସରକାର ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍‌୍ୟ ସେବା ଯୋଗାଇ ଦେବା ଓ ମାଗଣାରେ ଔଷଧ ବିତରଣ ପାଇଁ ନିରାମୟ ଯୋଜନା ବ୍ୟବସ୍ଥା କରିଥିଲେ ମଧ୍ୟ ରୋଗୀକୁ ଔଷଧ ଦିଆନଯାଇ ପେଟି ପେଟି ଔଷଧ ଫୋପଡା ହେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ମାଧପୁର ଛକ ଠାରୁ ଦଶପଲ୍ଲା ରାସ୍ତାର ୧କିଲୋମିଟର ଆଗକୁ ଗଲେ ଏକ ପୋଲ ତଳେ । ଏହି ପୋଲତଳେ ଔଷଧ ପେଟି ଗୁଡାଏ ପଡ଼ିଥିବା ଦେଖିବାକୁ ମିଳିଥିଲା । ସେ ସମୟରେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ବୌଦ୍ଧ ପଟୁ ଏକ କାର୍‌ ଦ୍ରୁତ ଗତିରେ ଆସି ପୋଲ ନିକଟରେ ଅଟକି କାର୍‌ଭିତରୁ ୮/୯ ପେଟି ଫୋପାଡି ଥିଲେ । ପରେ ଗାଡିଟି ସମସ୍ତ ଜିନିଷ ଫିଙ୍ଗି ବୈାଦ୍ଧ ପଟକୁ ଫେରି ଆସିଥିବା ଜଣାପଡିଛି । ଫୋପଡା ଯାଇଥିବା ପେଟି ଗୁଡିକରେ ଝାଡାସିରପ ଏବଂ କୃମିି ସିରପ, ସାଲାଇନ ବୋତଲ, ଭିଟାମିନ, ସିରାଫ, ଟାବଲେଟ, ଓ଼ଆର ଏସ, ଗ୍ଲୋବ୍ସ, ଇଞ୍ଜେକସନ, ସିରିଞ୍ଜ ଇତ୍ୟାଦି ରହିଛି । ଫିଙ୍ଗା ଯାଇଥିବା ଔଷଧ ଗୁଡିକର ଗୁଡାକର ଏକ୍ସପାଏରୀ ତାରିଖ ୨୦୧୪ ମସିହାରେ ସରିଯାଇଥିଲେ ସୁଦ୍ଧା ମେଡିକାଲ ଭିତରେ ୯ ବର୍ଷ ହେଲା ରଖା ଯାଇଥିଲା କିପରି ବୋଲି ସାଧାରଣରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟପ୍ରତି ପ୍ରଶ୍ନ ଉଠୁଛି ? ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଏକ୍ସପାଏରୀର ୯ବର୍ଷପରେ ଔଷଧ ଆଣି ଏହି ଜଙ୍ଗଲ ମଧ୍ୟରେ ଫିଙ୍ଗିବାର କାରଣ କଣ ଏବଂ ଏତେବର୍ଷ ହେଲା ଏହି ଔଷଧ ସବୁ ରହିଥିଲା କେଉଁଠାରେ । ଏହି ଔଷଧ ପେଟି ଗୁଡିକ ସ୍ଥାନୀୟ ମେଡିକାଲ କିମ୍ବା ଆଡେଣୀଗଡ ମେଡିକାଲରୁ ଅଣାଯାଇ ଏଠାରେ ଫୋପଡା ଯାଇଥିବା ଅନୁମାନ କରାଯାଉଛି । ଏଭଳି ମେଡିସିନ ପୂର୍ବରୁ ମଧ୍ୟ ଫୋପଡା ଯାଇଥିବାନେଇ ଅଭିଯୋଗ ହୋଇଥିଲା । ସରକାର ମାଗଣାରେ ରୋଗୀକୁ ଔଷଧ ଯୋଗାଇ ଦେଉଥିଲେ ସୁଦ୍ଧା ରୋଗୀପାଖରେ ନପହଞ୍ଚି ଡାକ୍ତରଖାନାରେ ପେଟି ପେଟି ଔଷଧ ଖତ ଖାଉଥିବାକୁ ନେଇ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

5 × four =