ବରିଷ୍ଠ ନାଗରିକ ମଞ୍ଚର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ

0 93

ହରଭଙ୍ଗା,୧୧/୧୦:- ବରିଷ୍ଠ ନାଗରିକ ମଞ୍ଚ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକର ଅଷ୍ଟମ ସାଧାରଣ ଅଧିବେଶନ ଚାରିଛକସ୍ଥିତ ବାବା କେଦାରେଶ୍ୱର ମନ୍ଦିରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବି.ଡ଼ି.ଓ ସ୍ୱପ୍ନିତା ନାଏକ ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି, ଅନ୍ୟତମ ଅତିଥିଭାବେ ଶିବ ପ୍ରସାଦ ମିଶ୍ର ଜିଲ୍ଲା ସଭାପତି ବରିଷ୍ଠ ନାଗରିକ ମଞ୍ଚ, ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ବରିଷ୍ଠ ନାଗରିକ ମଞ୍ଚ ଯୋଗ ଦେଇଥିଲେ । ସଭାପତି ରମେଶ ଚନ୍ଦ୍ର ଜେନା ସ୍ୱାଗତ ଭାଷଣ ଦେବାସହ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ । ସମ୍ପାଦକ ବାଳକୃଷ୍ଣ ନାୟକ ବୈଠକର ବିବରଣୀ ପଠନ କରିଥିଲେ । ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟାର ସମାଧାନ, ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ବିଷୟରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଆଇଆଇସି ମୁନୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ବିଶ୍ରାମ ଓ କାର୍ଯ୍ୟାଳୟ ଗୃହ ଯୋଗାଇ ଦେବା ସକାଶେ ବି. ଡ଼ି. ଓ ପ୍ରତିଶ୍ରୁତି ଦେଇଥିଲେ । ବରିଷ୍ଠ ନାଗରିକଙ୍କର ସୁରକ୍ଷା ସକାଶେ ଜିଲ୍ଲାସ୍ତରରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ସଭାପତି ଓ ସମ୍ପାଦକ ମତାମତ ଦେଇଥିଲେ । ଶେଷରେ ମୁଖ୍ୟ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − five =