ଭୁବନେଶ୍ୱର କଲ୍ୟାଣି ସେବା ଟ୍ରଷ୍ଟ ତରଫରୁ ହରେକୃଷ୍ଣଙ୍କୁ ସମ୍ବର୍ଦ୍ଧିତ

0 16

କେନ୍ଦ୍ରାପଡ଼ା : ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରି ନିରନ୍ତର ସମାଜ ସେବା କରି ଆସୁଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କଲ୍ୟାଣୀ ସେବା ଟ୍ରଷ୍ଟ”ର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଅଛି I ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟ ବାହାରର ଅନେକ ସାମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ସଙ୍ଗଠନ ତଥା ସମାଜସେବୀ ମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା I ସମାଜସେବୀ ମଧୁସ୍ମିତା ରାୟ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପୂର୍ବତନ ମେୟର ତଥା ବର୍ତ୍ତମାନର ବିଜେଡି ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବରେ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଭାସ ଆଚାର୍ଯ୍ୟ, ଓଡ଼ିଶା ଉଚ୍ଚନ୍ୟାୟାଳୟର ଯୁବ ଆଇନଜୀବୀ ସୁମନ୍ତ ସ୍ୱାଇଁ, କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଯୋଗଦେଇ ସମାଜସେବୀ ମାନଙ୍କ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ଓ ଅବଦାନ ଉତ୍ସର୍ଗୀକୃତ କାର୍ଯ୍ୟଧାରା ବିଷୟରେ ପ୍ରଶଂସା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ I ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରି ଆସୁଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାର ସମାଜସେବୀ ଶ୍ରୀ ହରେକୃଷ୍ଣ ପାତ୍ର ଯିଏକି ରାଜ୍ୟ ମଧ୍ୟବିତ୍ତ ପରିବାର ମହାସଙ୍ଘର ରାଜ୍ୟ ସମ୍ପାଦକ ରୂପେ ଦୀର୍ଘଦିନରୁ କାର୍ଯ୍ୟକରି ଆସୁଛନ୍ତି I ତାଙ୍କର ଉତ୍ସର୍ଗୀକୃତ ସମାଜସେବା କାର୍ଯ୍ୟକୁ ସମ୍ମାନ ଜଣାଇ “ସେବା ମିତ୍ର ସମ୍ମାନ” ରେ ସମ୍ମାନିତ କରାଯାଇଛି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ I ଅତିଥିମାନଙ୍କ ଦ୍ୱାରା ହରେକୃଷ୍ଣ ପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଛି I ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ପାତ୍ର କଲ୍ୟାଣୀ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ଗୀତା ବିଶ୍ୱାସ ଓ ସମ୍ପାଦକ ରୋହିତ କୁମାର ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ମଧ୍ୟ ଜଣାଇଛନ୍ତି I

hiranchal ad1
Leave A Reply

Your email address will not be published.

five − three =