ଅନ୍ତର୍ଜାତୀୟ ପେଞ୍ଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ହରିଷଙ୍କ ମାଲେସିୟା ଗସ୍ତ

0 75

ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିୟାର ମେଲାକ ସହରରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ବିଶ୍ୱ ପେଂଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ଭାରତର ତିନି ଜଣଙ୍କ ମଧ୍ୟରୁ ଓଡ଼ିଶାର ଜଣେ ମାତ୍ର ମନୋନୀତ ହୋଇଛନ୍ତି । ସେ ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର ବେହେରା । ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରୁ ଶ୍ରୀ ବେହେରାଙ୍କ ଏପରି ସଫଳତା ପାଇବା ଜାଣିବା ପରେ ଜିଲ୍ଲାର କ୍ରୀଡ଼ାବିତ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ବେହେରାଙ୍କ ମାଲେସିଆ ଗସ୍ତ ପାଇଁ ଦୁଇ ଲକ୍ଷ ଟଙ୍କାର ଆବଶ୍ୟକ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶ ହଜାର, ଷ୍ଟେଟ ବ୍ୟାଙ୍କ ତରଫରୁ ଦଶ ହଜାର, ମଙ୍ଗଲମ ଟିମ୍ବର ତରଫରୁ ପାଞ୍ଚ ହଜାର, ଉମରକୋଟ ଯାଦବ ମାଝୀ ସାମାଜିକ ସାଂସ୍କୃତିକ ପରିଷଦ ପକ୍ଷରୁ ଦଶ ହଜାର ଏବଂ ସାଙ୍ଗ ସାଥୀଙ୍କ ତରଫରୁ କିଛି ଆର୍ଥିକ ସହାୟତା ପାଇଛନ୍ତି । ଶ୍ରୀ ବେହେରାଙ୍କ ଏହି ସଫଳତା ପାଇଁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲା କ୍ରୀଡା ସଂଘ ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଜିଲ୍ଲା କ୍ରୀଡା ସଙ୍ଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟନାୟକ, ଓକିଲ ସଂଘର ସମ୍ପାଦକ ରାମ ପ୍ରସାଦ ପାତ୍ର, ସମାଜସେବୀ ଜଗନାଥ ମହାପାତ୍ର, ଅଧ୍ୟାପକ ଅଖିଳ ଭଟ୍ଟ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ସମାଜସେବୀ ସୂର୍ଯ୍ୟ ନାରାୟଣ ଲେଙ୍କା,ନୀଳ ମାଧବ ପାତ୍ର, ବଡିବିଲ୍ଡିଂ ସଙ୍ଘର ସମୀର ପାତ୍ର, ପେଂଚାକ ସିଲାଟ ସଙ୍ଘର ସଭାପତି ଦୀପକ କୁମାର ସାହୁ, ଉପଦେଷ୍ଟା ଜଗନ୍ନାଥ ବେହେରା, ଚନ୍ମୟ ପାଳ, ସାନୁ ହରିଜନ, ରମାନନ୍ଦ ସତନାମୀ ସମେତ ଜିଲ୍ଲାର କ୍ରୀଡ଼ାବିତ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

15 + seventeen =