ହରଭଙ୍ଗା ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରସରରେ କଲେଜ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ

0 254

ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ହରଭଙ୍ଗା ବ୍ଲକ ସାମ୍‌ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଏବଂ ରାମଗଡ ପଞ୍ଚାୟତ ପରଗଳପୁର ଠାରେ ଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିର ପର୍ଯ୍ୟଟନ ସ୍ଥଳୀ ପରିସର ସଫେଇ କରାଯାଇଛି । ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ କଲେଜ ପରିସରରୁ ବାହାରି ପୁରୁଣାକଟକ,ତିଲେଶ୍ୱର୍‌, ଖଜୁରୀଆ ଦେଇ ଶ୍ୟାମସୁନ୍ଦରପୁର ଓ ପରଗଳପୁରଠାରେ ଥିବା ପ୍ରାଚିନ୍ନ ବୌଦ୍ଧକୀର୍ତ୍ତିର ପର୍ଯ୍ୟଟନ ସ୍ଥଳୀ ପରିସର ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମଗଡ଼ ପଞ୍ଚାୟତର ସରପଞ୍ଚ ପ୍ରବାଶିନି ଯୋଶୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥଲେ । ଅନ୍ୟତମ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣିଆ,ଅଧ୍ୟାପକ ଲଳିତ ମେହେର, ଅଧ୍ୟାପିକା ସୁଷମା ରାଣୀ ବୋହିଦର୍‌, ପୂଜାରଣି ଦେଓ, ପୀତବାସ ମେହର ଯୋଗଦାନ କରିଥିଲେ । ତତ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ରାମଗଡ଼ ଜଗନ୍ନାଥ ବନପ୍ରକଳ୍ପର ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଭାବେ ପରିଚିତ ସ୍ଥାନକୁ ସମାଜସେବୀ ଶୁଭେନ୍ଦୁ ଯୋଶୀଙ୍କ ନେତୃତ୍ୱରେ ବନ ପ୍ରକଳ୍ପ ପରିସରରୁ ପଲିଥିନ ସଫେଇ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ସାମାଜିକ ସଚେତନତା ବିଭାଗର ନୋଡାଲ ଅଫିସର ସୁରେଶ୍ୱର ଯୋଶୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − six =