“ଦଶପଲ୍ଲା ଇତିହାସ’ ଇଂରାଜୀ ସଂସ୍କରଣ ଉନ୍ମୋଚିତ

0 408

ଦଶପଲ୍ଲା : ଦଶପଲ୍ଲା ଇତିହାସର ଇଂରାଜୀ ସଂସ୍କରଣ ପୁସ୍ତକ ପ୍ରକାଶ ପାଇଛି । ରବିବାର ସନ୍ଧ୍ୟାରେ ଦଶପଲ୍ଲାର ରାଜ ବଂଶର ଦାୟଦ ଦିଗ୍‌ ବିଜୟ ଚନ୍ଦ୍ରଦେଓଭଞ୍ଜଙ୍କ ଦ୍ୱାରା ଅନୌପଚାରିକ ସମାବେଶରେ ଉନ୍ମୋଚିତ ହୋଇଯାଇଛି ଏହି ପୁସ୍ତକ ।ସୂଚନାଥାଉକି “ଦଶପଲ୍ଲା ଇତିହାସ’ ପୁସ୍ତିକାର ରଚନାକାର ହେଉଛନ୍ତି ନୀଳମଣି ବିଶୋଇ । ସେ ତତ୍କାଳିନ ଦଶପଲ୍ଲା ଗଡ଼ଜାତର ସହକାରୀ ଦେୱାନ୍‌ ଥିବାବେଳେ ୧୯୪୦ ମସିହାରେ ରଚନା କରିଥିଲେ । ସେତେବେଳେ ସେହି ପୁସ୍ତକଟି କଟକର ସାରସ୍ୱତ ପ୍ରେସରେ ଛପାଯାଇଥିବା ଜଣାପଡ଼ିଥିବା ବେଳେ ଏହାର ପ୍ରକାଶକ ଥିଲେ ବିବେକର । ଏହି ପୁସ୍ତିକାର ଇଂରାଜୀ ଅନୁବାଦ କରିଛନ୍ତି ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡ । ଦଶପଲ୍ଲା ଇତିହାସ ପୁସ୍ତିକାଟି ଦଶପଲ୍ଲାର ରାଜା ଭାବରେ ପରିଚିତ ଶ୍ରୀ ଦିଗ୍‌ ବିଜୟ ଚନ୍ଦ୍ରଙ୍କ କରକମଳରେ ରାଜପ୍ରସାଦ ପରିସରରେ ଲୋକାର୍ପତ ହୋଇଯାଇଛି । ଏହି ପୁସ୍ତିକଟି ଉଚ୍ଚତର ଗବେଷଣା ପାଇଁ ସହାୟକ ହେବ ବୋଲି ଅନୁବାଦକ ଶ୍ରୀ ମହାଖୁଡ଼ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + 18 =