ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସମ୍ପର୍କୀୟ ବିଟୁ ଦାସ ଏହି ସୂଚନା ଦେଇଛନ୍ତି। ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନି। ରାଣାପ୍ରତାପଙ୍କ ମୃତ୍ୟୁ ଖବର ଗତକାଲି ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।