ହୀରାକୁଦରୁ ବ୍ୟାପକ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟା

0 292

ସମ୍ବଲପୁର: ହୀରାକୁଦ ଉପରମୁଣ୍ଡରେ ବ୍ୟାପକ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ସେଥିପାଇଁ ସେହି ଅନୁସାରେ ୨୮ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଏହାଫଳରେ ମହାନଦୀରେ ବନ୍ୟା ଯୋଗୁଁ ଏଠାକାର ତଳିଆ ଓ ଉପକଣ୍ଠ ଅଞ୍ଚଳରେ ସ୍ଥିତି ବିପନ୍ନ ହୋଇପଡିଛି ପ୍ରଭାବିତ ଲୋକେ ଉଚ୍ଚ ସ୍ଥାନରେ କିମ୍ବା ଅସ୍ଥାୟୀ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଏପରିକି ସମ୍ବଲପୁରରୁ ସୋନପୁରକୁ ସଂଯୋଗ କରୁଥିବା ସଡ଼କ ଉପରେ ପ୍ରାୟ ଏକ ମିଟର ବନ୍ୟାଜଳ ମାଡ଼ି ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ଫଳରେ ଏଠାରୁ ଗୁଣ୍ଡେରପୁର ବ୍ଲକବାଟଦେଇ ହୁମା ଓ ଧମା ଆଡ଼କୁ ଯିବାଆସିବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି ଓ ଅନ୍ୟାନ୍ୟ କିଛି ସ୍ଥାନରେ ମଧ୍ୟ ସଡ଼କ ଯାତାୟତ ବାଧାପ୍ରାପ୍ତ ହୋଇ ପଡିଛି । ଫଳରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳ ପାଇଁ ଆପାତକାଳ ସ୍ଥିତି ଘୋଷଣା ସହିତ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲିବାକୁ ବାଧ୍ୟ ହୋଇଛି ।

hiring

Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

4 × two =