ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ: କିଏ ମୃତ,କିଏ ଜୀବିତ..

0 115
  • ଭୁବନେଶ୍ୱର : ହାଇଟେକ୍ ହସ୍ପିଟାଲ୍ ବିସ୍ପୋରଣ ମାମଲାରେ କିଏ ମୃତ, କିଏ ଜୀବିତ ତାକୁ ନେଇ ଉପୁଜିଛି ଦ୍ୱନ୍ଦ । କିଛି ଦିନ ତଳେ ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା କହି ଏକ ଶୀରରର ଅନ୍ତିମ ସଂସ୍କାର ହୋଇସାରିଥିବା ବେଳେ ବର୍ତ୍ତମାନ ଦିଲ୍ଲୀପ ଜୀବିତଥିବା ନେଇ ସୂଚନା ଦେଇଛନ୍ତି ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଦିଲୀପ ସାମନ୍ତରାୟ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିବାପରେ ସୃଷ୍ଟିହୋଇଛି ଦ୍ୱନ୍ଦ। ମନସ୍ତତ୍ତ୍ବବିତଙ୍କ ତଦନ୍ତ ପରେ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଜାଣାପଡିଛି । ତେବେ ଏହା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ବୟାନକୁ ନେଇ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି । ପ୍ରଥମେ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି କୁହାଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ଚିକିତ୍ସା ପରେ ଚେତା ଫେରିବା ପରେ ନିଜକୁ ଦିଲୀପ ସାମନ୍ତରାୟ ବୋଲି ଘୋଷଣା କରିବାରୁ ଉଭୟ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ଏପରିକି ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଦିଲୀପଙ୍କ ପତ୍ନୀ ସୁନା ସାମନ୍ତରାୟ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଭଳି ହୃଦୟ ବିଦାରକ ଘଟଣା ମଧ୍ୟ ଘଟିଛି । ଏହାରି ଭିତରେ ଦିଲୀପ ସାମନ୍ତରାୟ ଜୀବିତ ଥିବା ଜଣାପଡ଼ିବା ଘଟଣାକୁ ଆହୁରି ରୋଚକ କରିଛି ।
    ଅନ୍ୟପଟେ ସେଦିନ ମୃତ ଘୋଷଣା ହୋଇଥିବା ଶରୀର ଜ୍ୟୋତି ମଲ୍ଲିକଙ୍କର ବୋଲି ଜଣାପଡ଼ିଛି । ଏହା ପରେ ଜ୍ୟୋତିଙ୍କ ମୃତଦେହ ଦାବି କରିଛନ୍ତି ତାଙ୍କ ପିରବାର ଲୋକ । ଏବେ ଜ୍ୟୋତି ମଲ୍ଲିକଙ୍କ ମୃତ୍ୟୁ ନେଇ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା କୁଳ ବ୍ରାହ୍ମଣ ସାଇଲୋ ରମେଶ ମଲ୍ଲିକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ରମେଶଙ୍କ ଏକମାତ୍ର ପୁଅ ଜ୍ୟୋତି ଏହି ଘଟଣାରେ ଆହତ ହୋଇଥିବା କୁହାଯାଇଥିଲା l ଜ୍ୟୋତିଙ୍କ ପରିବାର ଆଶା ଆଶଙ୍କାରେ ରହିଛନ୍ତି। ସେପଟେ ଜ୍ୟୋତିଙ୍କ ମା କହିଛନ୍ତି ତାଙ୍କ ପୁଅ ଜୀବିତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୯ ତାରିଖରେ ଗ୍ୟାସ୍ ଭର୍ତ୍ତି ବେଳେ ଏସି କମ୍ପ୍ରେସର ବିସ୍ଫୋରଣ ହେବା ପରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ହସ୍ପିଟାଲ ପକ୍ଷରୁ ଏସି ମରାମତିରେ ନିୟୋଜିତ ଥାଇ ଗୁରୁତର ହୋଇଥିବା ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଡିସେମ୍ବର ୩୧ ତାରିଖରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ସେମାନେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ । ତେବେ ଆହତ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ଆରୋଗ୍ୟ ଓ ଦିଲୀପ ସାମନ୍ତରାୟ ବୋଲି ଏବେ ଜଣାପଡ଼ିବା ପରେ ଅନେକ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଦେଖାଦେଇଛି । କମ୍ପ୍ରେସର ବିସ୍ଫୋରଣରେ ପ୍ରଥମେ ଆହତ ହୋଇଥିବା ୪ ଜଣ ହସ୍ପିଟାଲ କର୍ମଚାରୀ ନୁହଁନ୍ତି ବରଂ ଆଉଟସୋର୍ସ କର୍ମଚାରୀ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଜଣେ ପ୍ରତିନିଧି ଆହତଙ୍କୁ ଚିହ୍ନଟ କରିଥିଲେ । ହାଇଟେକ୍ ହସ୍ପିଟାଲର ସିଇଓ ସ୍ମିତା ପାଢ଼ୀ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ କହିଛନ୍ତି ଯେ ଉପଯୁକ୍ତ ପରିଚୟ ଓ ପ୍ରକ୍ରିୟା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
    ତେବେ ସାମ୍ପ୍ରତିକ ପରିସ୍ଥିତି ପରିବାର ଓ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଆହତ ୪ ଜଣଙ୍କ ମଧ୍ୟରୁ ୨ ଜଣ ଏବେ ବି ଚିକିତ୍ସିତ ହେଉଥିବା ବେଳେ ଜଣେ ସୀମାଞ୍ଚଳ ଓ ଅନ୍ୟଜଣେ ଦିଲ୍ଲୀପ ସାମନ୍ତରାୟ ବୋଲି ଜଣାପଡ଼ିଛି । ତେବେ ତାଙ୍କ ବାପା ତାଙ୍କ ଗୋଡ଼ରେ ପରିଚୟ ଚିହ୍ନ ଦେଖାଇ ସେ ଜ୍ୟୋତି ବୋଲି ଜିଦ୍ ଧରିଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେବା ସହ କିପରି ଆଗକୁ ବଢ଼ିବେ ସେ ନେଇ ସହାୟତା ମାଗିଛନ୍ତି । ଅନ୍ୟପକ୍ଷରେ ଏସି ମରାମତି ସଂସ୍ଥାର କର୍ମଚାରୀ ସଞ୍ଜୟ ସାହୁ ବିସ୍ଫୋରଣକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳିତ ପରିସ୍ଥିତି ଯୋଗୁଁ ଆହତ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନଟ କରିବାରେ ଅସମର୍ଥତା ପ୍ରକାଶ କରିଛନ୍ତି ।
    ମାନସିକ ଚିକିତ୍ସା କରୁଥିବା ଡାକ୍ତର ଅମୃତ ପାଟ୍ଟଯୋଶୀ କହିଛନ୍ତି, ଶରୀର ନିଆଁରେ ପୋଡ଼ିହୋଇଯାଇଥିବାରୁ ଭୁଲ ପରିଚୟ ହୋଇଥାଇପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଦିଲୀପ ସାମନ୍ତରାୟଙ୍କୁ ନିର୍ଦ୍ଦିଷ୍ଟ ପ୍ରଶ୍ନର ରୋଗୀଙ୍କ ସଠିକ୍ ଉତ୍ତର ସ୍ଥିତିକୁ ଆହୁରି ଜଟିଳ କରିଛି । ତେବେ ପଟ୍ଟଯୋଶୀ ସତର୍କ କରାଇ ଦେଇଛନ୍ତି ଯେ ଆଘାତ ଏବଂ ଆଇସିୟୁରେ ଅଧିକ ସମୟ ରହିବା ଦ୍ୱାରା ବିଭ୍ରାନ୍ତି ଏବଂ ସାଇକୋସିସ୍ ହୋଇପାରେ, ଯାହା ରୋଗୀର ସ୍ମରଣ ଶକ୍ତି ଏବଂ ପରିଚୟକୁ ପ୍ରଭାବିତ କରିପାରେ । ତେବେ ଯଦି ଏପରି ହୋଇଥାଏ, ଭୁଲ ମୃତଦେହ ଦିଲ୍ଲୀପଙ୍କ ପରିବାରକୁ ହସ୍ତାନ୍ତ ହୋଇଥାଏ… ଏହା ପାଇଁ ଦାୟୀ କିଏ ସେ ନେଇ ଉଠିଛି ପ୍ରଶ୍ନ । ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ? କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ? ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ? ଦିଲ୍ଲୀପ ସାମନ୍ତରାୟଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ଯଦି ମୃତଦେହ ଚିହ୍ନଟ ହୋଇପାରୁନଥିଲା, ଡିଏନଏ ଟେଷ୍ଟ କରାଗଲାନି କାହିଁକି ? ପୋଲିସ ତଦନ୍ତରୁ ହେଲେ ହୁଏତ ସବୁ କଥା ପଦାକୁ ଆସିପାରେ ।
hiranchal ad1
Leave A Reply

Your email address will not be published.

eleven + 17 =