ସମ୍ଭାବ୍ୟ ବାତ୍ୟାକୁ ନେଇ ଏମିତି କହିଲେ ଆଇଏମ୍‌ଡି ଡିଜି

0 108

ନୂଆଦିଲ୍ଲୀ : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

hiring

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ନେଇ ଏବେ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଆସନ୍ତା ୮ ତାରିଖ ବେଳକୁ ଅବପାତରେ ପରିଣତ ହେବ ଲଘୁଚାପ । ତେବେ ଏହା ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଦିଗରେ ଗତି କରିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । କୌଣସି ରାଜ୍ୟକୁ କିଛି ସତର୍କ ସୂଚନା ଦିଆଯାଇନାହିଁ ।

ଆଜିଠୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିବ । ଆସନ୍ତା ୮ ତାରିଖ ବେଳକୁ ପବନର ବେଗ ବଢି ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ  ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟାର ଆକଳନ କରାଯାଇପାରିବ । ତେବେ ଲ୍ୟାଣ୍ଡଫଲ୍ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ ।  ଓଡ଼ିଶାଠାରୁ ଏହା ଅନେକ ଦୂରରେ ରହିଛି ତେଣୁ ଏବେଠୁ ଏହା ବିଷୟରେ କୁହାଯାଇ ପାରିବନାହିଁ । ଅବପତରେ ପରିଣତ ହେବ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 2 =