ସଂରକ୍ଷଣ ଦାବିରେ ଆଦିବାସୀଙ୍କ ମହାବିକ୍ଷୋଭ

0 177

ବଲାଙ୍ଗୀର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମହାବିକ୍ଷୋଭ । ହଜାର ହଜାର ମହିଳା ପୁରୁଷ ପାରମ୍ପାରିକ ବେଶଭୂଷାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଏକତ୍ରୀତ ହୋଇ ଜିଲ୍ଲାରେ ସରପଞ୍ଚ ଓ ବ୍ଳକ ଅଧକ୍ଷ ପଦବୀ ପାଇଁ ଆସନ ସଂରକ୍ଷଣ ନ ହେବାର ତୀବ୍ର ବିରୋଧ କରିଥିଲେ । ଘଣ୍ଟାଧିକ କାଳ ମୁଖ୍ୟ ରାସ୍ତା ଅବରୋଧ କରି ସଂରକ୍ଷଣ ନୀତିର ପରିବର୍ତ୍ତନ ଦାବି କରିଥିଲେ । ଜିଲ୍ଲାର ୧୪ଟି ବ୍ଳକ ଓ ସରପଞ୍ଚ ପଦବୀରେ ଆଦିବାସୀଙ୍କ ପାଇଁ ଗୋଟେ ବି ପଦବୀ ଆଦିବାସୀଙ୍କ ପାଇଁ ସଂରକ୍ଷଣ ନ ରହିବା ଘୋର ଅନ୍ୟାୟ । ଏହାର ପୁନର୍ବିଚାର କରାଯାଉ, ନ ହେଲେ ଆଗକୁ ଆହୁରି ଜୋରଦାର ବିରୋଧ କରାଯିବ ବୋଲି ସଂଘର କର୍ମକର୍ତ୍ତା ନିରଞ୍ଜନ ବିଶି, ସତ୍ୟନାରାୟଣ ଭୋଇ ପ୍ରମୁଖ ଚେତାବନୀ ଦେଇଥିଲେ । ଅସନ୍ତୁଷ୍ଟ ବିକ୍ଷୋଭକାରୀ କିଛି ହୋର୍ଡିଂ ଚିରାଚିରି କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + 19 =