ବଲାଙ୍ଗିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 62

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅଵସରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପୃଥ୍ବୀରାଜ ଇଣ୍ଡୋର ଷ୍ଟାଡିୟମଠାରେ ସାମୁହିକ ଯୋଗାଭ୍ୟାସ ଅନୁଷ୍ଠିତ କରାଯାଇଛି । ଏହି ଯୋଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର , ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର , ଜିଲ୍ଲାପରିଷଦ ଅତିରିକ୍ତ ପ୍ରକଳ୍ପନିର୍ଦ୍ଦେଶକ ତରଣୀ ସୁନା, ବଲାଙ୍ଗିର ବିଡିଓ ହୃଷୀକେଶ ଗଣ୍ଡ ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିଲେ ।

ସମଗ୍ର ବିଶ୍ୱରେ ଗୁରୁତ୍ୱ ବହନ କରୁଥିବା ଏହି ଦିବସର ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟାପକ ଆୟୋଜନ କରିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଖେଳାଳି, ସରକାରୀ,ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ପ୍ରଥମେ ମନ୍ତ୍ର ଉଚ୍ଚାରଣ ପରେ ପରେ ସ୍ବାମୀ ବିଜ୍ଞାନ ଚୈତନ୍ନ୍ୟା ନନ୍ଦ ସରସ୍ୱତୀ, ଶଶିକାନ୍ତ ରାଉତ,ଦିଲୀପ କୁମାର ପ୍ରଧାନ,ନିଲୁ ପ୍ରଧାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା ।

hiring

ଏଥିରେ ପଦ୍ମାସନ,ତାଡାସନ, ଭୁଜଙ୍ଗାସନ, କପାଳ ଭାତୀ ଓ ଶବାସନ ଭଳି ବିଭିନ୍ନ ଯୋଗାସନ କରାଯାଇ ସେ ସବୁର ଆମ ଶରୀର ପାଇଁ ଥିବା ଉପାଦେୟତା ବାବଦରେ ବୁଝା ଯାଇଥିଲା । ଏହାସହ ପରିଶେଷରେ ଶପଥପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଅଧିକାରୀ ପରାଶର ବାଘ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଫିସର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

7 − 1 =