ଜଗାକୁ ଦେଖିବାର ଇଚ୍ଛା,ଷ୍ଟ୍ରେଚରରେ ଆସିଲେ ଭକ୍ତ

0 68

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଜି ଦେଖିବାକୁ ମିଳିଛି ଭାବ ବିହ୍ୱଳ ଦୃଶ୍ୟ ।ଏକ ଷ୍ଟ୍ରେଚରରେ ଶୋଇଥିଲେ ଜଣେ ବୃଦ୍ଧ,ପାଖରେ ଦୁଃଖରେ ଛିଡା ହୋଇଥିଲେ ଜଣେ ବ୍ୟକ୍ତି ଓ ଅନ୍ୟ ଜଣେ ଯୁବକ । ମନରେ ଥିଲା ଦୁଃଖ ଏବଂ ଷ୍ଟ୍ରେଚର ଉପରେ ଶୋଇଥିବା ବୃଦ୍ଧ ଜଣଙ୍କ କହୁଥିଲେ ଜୟ ଜଗନ୍ନଥ । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିବା ସହ ପ୍ରମାଣିତ କରିଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଭକ୍ତର ଭଗବାନ ପାଇଁ ଭକ୍ତି । କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ । ସ୍ୱାସ୍ଥ୍ୟ ଦିନକୁ ଦିନ ଜଟିଳ ହେଉଥିବାରୁ ମୃତ୍ୟୁ ପୂର୍ବରୁ ବିଜୟଙ୍କ ଶେଷ ଇଚ୍ଛାଥିଲା ଜଗା ଦର୍ଶନ । ସେଥିପାଇଁ ପରିବାର ସମେତ ଗାଁରୁ ବାହାରି ପୁରୀରେ ପହଞ୍ଚି ଥିଲେ । ତେବେ ବିଜୟଙ୍କୁ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିବା ଅସମ୍ଭବ ଯୋଗୁ ଏକ ଷ୍ଟ୍ରେଚରରେ ଆଣି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରାଇଥିଲେ ବିଜୟଙ୍କ ସାନ ପୁଅ ସହ ସାନ ଭାଇ ।ଏହି ଦୃଶ୍ୟଦେଖି ଅନ୍ୟ ଭକ୍ତ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭାବ ବିହ୍ୱଳ ପରିବେଶ । ପ୍ରକୃତରେ ଜାଗା ର ଲୀଳା ବଡ଼ ବିଚିତ୍ର ।

hiranchal ad1
Leave A Reply

Your email address will not be published.

2 × one =