ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ

0 61

ଜହ୍ନ ।ପଙ୍କ,୨/୧୦: ଗ୍ରାମାଞ୍ଚଳର ଲୁକ୍କାୟିତ କଳାକୁ ଉଜ୍ଜୀବିତ କରିବାପାଇଁ ଲୋକକଳା ଦିବସର ବାର୍ଷିକ ଉତ୍ସବ ପାଳନ ଜରୁରୀ ବୋଲି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ବୌଦ୍ଧ ସୂଚନା ଓ ଲୋକସଂପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଏଆରସିଏସ ହାଡ଼ିବନ୍ଧୁ ମହାକୁଡ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ନୀଳଲୋହିତ ମହାପାତ୍ର, ବ୍ଲକ କଳାକାର ସଂଘର ଉପ ସଭାପତି ସ୍ୱାଧୀନ କୁମାର ପରିଡ଼ା, ପୁର୍ବ ସରପଂଚ ଭୋଲାଗିରି ସାହୁ, କଳାକାର ଫକିର ଚରଣ ସାହୁ ଯୋଗ ଦେଇ ଲୋକ କଳା ଗ୍ରାମର ବାର୍ଷିକ ଉତ୍ସବର ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଜାତୀୟପିତା ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶ୍ରୀ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଶ୍ରୀ ସିଂ ମଞ୍ଚ ପରିଚାଳନା କରିଥିଲେ । ଟିର୍‌ଚିପଡ଼ା , ଯାଲୋଇ, କମିରା, ବଡ଼ମାଳ, ଗୋବିନ୍ଦପୁର, ଜହ୍ନ । ପଙ୍କ, ବାଘପାଲି, କୁଲୁତାଖଲି ଆଦି ଗ୍ରାମରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନିଜର କଳା ପ୍ରଦର୍ଶନ କରିଥିଲେ । ଅତିଥିମାନେ କଳାକାରମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଶେଷରେ କଳାକାର ଅଭାଗିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସାଂସ୍କୃତିକ ଦଳମାନେ ନାରାୟଣ ନଗର ଗ୍ରାମ ପରିକ୍ରମା କରିଥିଲେ ।

hiranchal ad1
Leave A Reply

Your email address will not be published.

17 − twelve =