ପୁରୀ : ପୁରୀ ଜିଲ୍ଲା ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଜ ଦଳ ଛାଡି ବିଜେଡିରେ ସାମିଲ ହେଲେ ତିନୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ବିଧାୟକ ରୁଦ୍ରପ୍ରତାପ ମହରଥୀଙ୍କ ତତ୍ତ୍ୱାବଧାନ ରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଦଳରେ ମିଶିଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏଥିରେ ସଂପୁର, ଦୁର୍ଗାଦାଶପୁର ସହିତ ମଙ୍ଗଳପୁର ପଞ୍ଚାୟତର ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ମଲିକ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଅଧିକ ମଜବୁତ କରିବ ବୋଲି ମନ୍ତ୍ରୀ କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନୀତି ଆଦର୍ଶ ଓ ବିଧାୟକ ରୁଦ୍ର ମହାରଥୀଙ୍କ କାର୍ଯ୍ୟରେରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହୋଇଥିବା କହିଛନ୍ତି ଦଳ ଛାଡିଥିବା କର୍ମୀ ।