କନ୍ଧମାଳ ଜିଲ୍ଲା ନୂତନ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

0 151

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ନୂତନ ଏସ୍‌ପି ଭାବରେ ଶୁଭେନ୍ଦୁ ପାତ୍ର ଯୋଗ ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ ଭିନିତ୍‌ ଅଗ୍ରୱାଲଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମେତ ଗଞ୍ଜେଇ ଚୋରା ଚାଷ, ଡ୍ରଗ୍ସ ଚୋରା ଚାଲାଣ ଓ ମାଓବାଦୀ ସମସ୍ୟା ସମେତ ଜିଲ୍ଲାର ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ ପାଇଁ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏଥିପାଇଁ ସେ ଜିଲ୍ଲାରେ ଲୋକଙ୍କ ସମେତ ଗଣମାଧ୍ୟମର ସହଯୋଗର ଆବଶ୍ୟକ ବୋଲି କହିଥିଲେ । ପୂର୍ବତନ ଏସ୍‌ପି ଭିନୀତ ଅଗରୱାଲଙ୍କୁ ଯାଜପୁର ଜିଲ୍ଲା ଏସ୍‌ପି ଭାବରେ ବଦଳି ହୋଇଛି । ମାଲକାନଗିରି ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ କାର୍ଯ୍ୟରତ ୨୦୧୯ ମସିହାର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ରଙ୍କର କନ୍ଧମାଳ ଜିଲ୍ଲା ଏସ୍‌ପି ଭାବରେ ବଦଳି ହୋଇଛି । ଆଇପିଏସ ପାଇବା ପରେ ସେ ଅନୁଗୁଳଠାରେ ତାଲିମ ପାଇ ମାଲକାନଗିରିରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲାରେ ସେ ପ୍ରଥମେ ଏସପି ଭାବରେ ଯୋଗ ଦେବେ ବୋଲି ଜଣାପଡିଛି । ଓଡ଼ିଶା କ୍ୟାଡରର ଆଇପିଏସ ଅଧିକାରୀ ଶୁଭେନ୍ଦୁ ପାତ୍ର ଜଣେ ମେଳାପୀ, କ୍ରିକେଟ ଖେଳ ପ୍ରିୟ, କର୍ତ୍ତବ୍ୟପରାୟଣ ପୋଲିସ ଅଧିକାରୀ ଭାବରେ ସୁପରିଚିତ । ସେ ଗତ ୨୦୨୧ ମସିହା ନଭେମ୍ବର ମାସ ୧୦ ତାରିଖରେ ମାଲକାନଗିରିରେ ଉପଖଣ୍ଡ ପୋଲିସ ଅଧିକାରୀ ଭାବରେ ଯୋଗ ଦେଇଥିଲେ । ତେବେ ଭିନିତ ଅଗ୍ରୱାଲ କନ୍ଧମାଳ ଜିଲ୍ଲାରେ ଯୋଗ ଦେବାଠାରୁ ଜିଲ୍ଲାରେ ଆଇନ ଶୃଙ୍ଖଳା ଏବଂ ମାଓବାଦୀ ଦମନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାରେ କାର୍ଯ୍ୟକାଳରେ ସେ ମାଓବାଦୀ ନିୟନ୍ତ୍ରଣ ଓ ଗଞ୍ଜେଇ ଚୋରାଚାଲାଣ ରୋକିବାରେ ସଫଳ ଭୂମିକା ନିର୍ବାହ କରିଛନ୍ତି । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − 4 =