କନ୍ଧମାଳରେ ବିଶ୍ୱ ଏଡସ୍‌ ଦିବସ ପାଳିତ

0 255

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ବିଶ୍ୱ ଏଡସ୍‌ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ରାଜ୍ୟଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ଏଡସ୍‌ ସଂକ୍ରମଣ କିଭଳି ରୋକାଯାଇ ପାରିବ ଏବଂ ରୋଗର ନିରାକରଣ କିଭଳି କରାଯାଇପାରିବ ସେନେଇ ଆଲୋକପାତ କରିଥିଲେ । ଏଥିସହିତ ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ ରୋଗୀକୁ ସ୍ନେହ ଶ୍ରଦ୍ଧା ସହକାରେ ରୋଗର ନିରାକରଣ କରିବାସହ ଜନସାଧାରଣଙ୍କୁ ଏହି ରୋଗ ବିଷୟରେ କିଭଳି ଅଧିକରୁ ଅଧିକ ସଚେତନ କରାଯାଇପାରିବ ସେନେଇ ପ୍ରଚେଷ୍ଟା ଜାରି ରହିବା ଦରକାର ବୋଲି ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିପିଏଚ୍‌ଓ କଲ୍ୟାଣୀ ମିଶ୍ର ଓ ସ୍ୱାତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଦୀପ ସ୍ୱାଇଁ ଯୋଗ ଦେଇଥିବାବେଳେ ଆଇସିଟିସି କାଉଁସିଲର ଗିତାଞ୍ଜଳୀ ପଣ୍ଡା,ଗୋବିନ୍ଦଚନ୍ଦ୍ର ଜେନା ଓ ଦେବାଶିଷ ମିଶ୍ର ଯୋଗ ଦେଇଥିଲେ । ଏଥିସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ବିଶ୍ୱ ଏଡସ୍‌ ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଡିବେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଏଡସ୍‌ ସଂକ୍ରମିତଙ୍କ ସଂଖ୍ୟା ୫୪୪୨୨ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ମୋଟ ୨୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ବର୍ତ୍ତମାନ ସମୟରେ ରାଜ୍ୟର ମୋଟ ସଂକ୍ରମିତ ସଂଖ୍ୟାରୁ ୧୦୧୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

6 + 14 =