କନିଷ୍ଠ ଶିକ୍ଷକଙ୍କ ଦରମା ୫୦% ବଢିଲା

0 147

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଦରମାବୃଦ୍ଧି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକମାନଙ୍କ ଦରମା ୫୦% ବଢିଛି । ଚଳିତମାସ ପହିଲାରୁ ଏହିବର୍ଦ୍ଧିତ ଦରମା ଲାଗୁ ହେବ । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ବର୍ତ୍ତମାନ ଦରମା ୭୪୦୦ ଟଙ୍କା ରହିଛି । ଏବେ ଏହା ୧୧୦୦୦ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କନିଷ୍ଠ ଶିକ୍ଷକମାନଙ୍କ ଦରମା ମାସିକ ୯୨୦୦ଟଙ୍କା ଥିବା ବେଳେ ଏବେ ଏହା ୧୩ ହଜାର ୮୦୦ଟଙ୍କାରକୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କୁ ବର୍ଷକୁ ଏବାବଦରେ ୧୬୮କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ହେବ । ଏହି ନିଷ୍ପତ୍ତି ଦ୍ୱାରା ୧୩ହଜାର ୩୨୪ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଓ ୧୯ହଜାର ୭୪୧ କନିଷ୍ଠ ଶିକ୍ଷକ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

6 − 4 =