ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ କଣ୍ଟାବାଞ୍ଜି ପ୍ରେସ କ୍ଲବର ଦାବି

0 77

କଣ୍ଟାବାଞ୍ଜି,୨୨/୧୨-ମାଲକାନାଗିରି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥାକୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରାର ପର୍ଦ୍ଦାଫାଶ, କେତେ ଅସାଧୁ ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ ସରକାରୀ ସ୍ୱାସ୍ଥ୍ୟ ସେବାରେ କଳଙ୍କିତ ହେଉଛନ୍ତି ,ଏହି ତଥ୍ୟକୁ ଲୋକଲୋଚନରେ ଆଣିବା ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟାର୍ଗେଟ କରି ନିଜ ଦୋଷ ଲୁଚାଇବା ପାଇଁ ସାମ୍ବାଦିକ ନାଁରେ ମିଥ୍ୟା ଏତଲା ଉପରେ ପୋଲିସ କୌଣସି ପ୍ରକାର ତଦନ୍ତ ନକରି ଅଧରାତିରେ ଗିରଫକରି କୋର୍ଟଚାଲାଣ କରିବା ଘଟଣାକୁ ପ୍ରେସ କ୍ଲବ ତୀବ୍ର ନିନ୍ଦା କରିଛି । ସତ୍ୟ ଖବର ପ୍ରସାରଣ କରିଥିବା ୫ ଜଣ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ ଘଟଣାରେ ରାଜ୍ୟର ସାମ୍ବାଦିକଜଗତ ମର୍ମାହତ । ଗଣମାଧ୍ୟମ ପ୍ରତିନିଧି ସମାଜର ଦର୍ପଣ, ନିଜ ଦାୟିତ୍ୱ ନିର୍ବାହ କରୁଥିବା ସାମ୍ବାଦିକକୁ କୋର୍ଟ ଚାଲାଣ ଘଟଣାକୁ ତୀବ୍ର ନିନ୍ଦା କରିଛି । ନ୍ୟୁଜ ସେଭେନ ଜଳେଶ୍ୱର ପ୍ରତିନିଧିଙ୍କୁ ମଧ୍ୟ ମିଥ୍ୟା ମକୋଦ୍ଦମା ରୁଜୁକରି ଜେଲକୁ ପଠାଇଥିଲା ପୋଲିସ । ପୋଲିସର ଦମନ ନୀତିକୁ ବିରୋଧକରି ସାମ୍ବାଦିକ ମାନଙ୍କୁ ନିସର୍ତ୍ତ ଜେଲ ରୁ ଖଲାସ କରିବା ସହ ମିଥ୍ୟା ମାମଲା ପ୍ରତ୍ୟାହାର ଦାବି କରିଛି ସଂଘ । ଏହି ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧାରୁଆଙ୍କୁ ପ୍ରଦାନ କରାଯାଇଥିଲା । ପ୍ରେସ କ୍ଲବ ସଭାପତି ପ୍ରଭୁଜିତ ସାଲୁଜାଙ୍କ ସହ ସୁବ୍ରତ ମହାକୁର, ସୁରଦାସ ବାଗ, ହନି ସିଂ ମାଖିଜା, ରଶ୍ମି ରଞ୍ଜନ ପୁଟେଲ, ଦୀପକ ୟାଦବ,ଦୁର୍ଗାପ୍ରସାଦ ଗୁପ୍ତା, ଆଶିଷ ଖେତାନ, ଆଶିଷ ଖମାରି, ମନୋଜ ଶର୍ମା, ଆନନ୍ଦ ମୋଟେ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen − four =