କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ମୋ ସରକାର ପ୍ରକୋଷ୍ଠ ଆଶିଷ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସହଜରେ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟ ମାନଙ୍କରେ ଏହି ପ୍ରକୋଷ୍ଠ ସ୍ଥାପନ କରାଯାଇ ଲୋକଙ୍କ ପାଇଁ ସେବା ଯୋଗାଇ ଦିଆଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ନାୟକ, ସୁଷମା ବିଲୁଙ୍ଗ, ପିଡିଡିଆରଡିଏ ବିଷ୍ଣୁ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।