ଜେଲ୍‌ଗଲେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ

0 200

ଖୋର୍ଦ୍ଧା,୩/୯: ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବାପରେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନକୁ ଗୁରୁବାର ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡଯନ୍ତ୍ର ଏବଂ ପ୍ରମାଣ ନଷ୍ଟ କରିଦେବା ଭଳି ବହୁ ଗୁରୁତର ଦଫା ଲାଗିଥିବା କେନ୍ଦ୍ରାଚଂଳ ଆଇଜି ନରସିଂହ ଭୋଳ ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ଖୋର୍ଦ୍ଧା ଏସଡିଜେଏମ୍‌ଙ୍କ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଧିକ ପଚରାଉଚରା ପାଇଁ ମାନସକୁ ରିମାଣ୍ଡରେ ଅଣାଯିବ ବୋଲି ପୁଲସ ସୁଚନା ଦେଇଛି । କଡବ ଗ୍ରାମର ବାପପୁଅଙ୍କୁ ଅମାନବୀୟ ଭାବରେ ମାଡ ମାରିବାର ଭାଇରାଲ ଭିଡିଓ ଖୋଲିଥିଲା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ମାନବବାଦୀ ସଂଗଠନ ଗୁପ୍ତ କାରନାମାର ଗୁମର । ନିରୀହ ଆଦିବାସୀଙ୍କୁ ମୋହରା କରି ସଂଗଠନରେ ସାମିଲ ପାଇଁ ବାଧ୍ୟ କରାଯିବା ଏବଂ ଅରାଜି ହେଲେ ଅକଥନୀୟ ନିର୍ଯ୍ୟାତନା ଦିଆଯିବା ଓ ସଂଗଠନର ବିରୋଧ କଲେ ଗ୍ରାମରୁ ବାସନ୍ଦ ଭଳି ଅମାନବୀୟ ଅଭିଯୋଗର ଲମ୍ବା ତାଲିକା ବଢିଚାଲିଥିଲା ମାନସଙ୍କ ନାମରେ । ଗତ ଅଗଷ୍ଟ ୧ ତାରିଖରେ ସତ୍ୟବ୍ରତକୁ ଘରୁ ଡାକିନେଇ କରଡଗାଡିଆର ଏକ ଘରେ ନିସ୍ତୁକ ମାଡ ମାରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବେଗୁନିଆ ଥାନାରେ ୧୪୯/୨୧ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଥିଲା । ତେବେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବାପରେ ଭଣ୍ଡ ଗୁରୁଜୀଙ୍କ କଳା କରାନାମା ପୁଲିସ ଆଗରେ ଗାଇଥିଲେ ଅଭିଯୁକ୍ତ । ଫଳରେ ପୁଲିସ ବାପପୁଅଙ୍କୁ ଗିରଫ କରିବାସହ ସେଠାରୁ ବହୁ କାଗଜପତ୍ର ସହ କିଛି ପୋଷ୍ଟର ଜବତ କରିଛି ।

hiranchal ad1
Leave A Reply

Your email address will not be published.

4 + 14 =