ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ଅନାଥ ବାସୁକି ସାହାଣୀ ମହୁରୁଣ୍ଡି ଗାଁରେ ବସବାସ କରନ୍ତି । ରାସନ କାର୍ଡ ଓ ଘର ଖଣ୍ଡିଏ ପାଇ ନଥିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସୂଚନାନୁଯାୟୀ, ବାସୁକିଙ୍କ ବାପା ମା’ ଙ୍କ ଦୀର୍ଘ ବର୍ଷ ହେଲା ଦେହାନ୍ତ ହୋଇଯାଇଥିବାରୁ ସେ ଅନାଥ ହୋଇଯାଇଛି । ବାସୁକି ଅନ୍ୟ ମାନଙ୍କ ଘରେ ଆଶ୍ରୟ ନେଇ ରହୁଛି । ହେଲେ ଆଜି ପର୍ଯ୍ୟନ୍ତ ତାକୁୁ ରାସନ କାର୍ଡ ଓ ଘର ଖଣ୍ଡିଏ ମିଳିନଥିବା ସେ ଅଭିଯୋଗ କରିଛନ୍ତି । ବାରମ୍ୱାର ବ୍ଲକ ପଞ୍ଚାୟତ ଅଫିସ ଦୌଡିଦୌଡି ହଇରାଣ ହେଉଛନ୍ତି । ସରକାର ୫-ଟି ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ବାସୁକି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସନ କାର୍ଡ ଓ ଘର ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପାଇନାହାନ୍ତି । ଉଚ୍ଚ଼ କର୍ତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।