ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ: ୨୫ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରକଲା ପ୍ରଶାସନ

0 122

ଖୋର୍ଦ୍ଧା,୧୮/୯: ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡର ପାଣି ମହାନଦୀରେ ଆସି ବିଭିନ୍ନ ପଚାଂୟତରେ ପଶି ବନ୍ୟା ବିତ୍ପାତ ସୃଷ୍ଟି କରିଛି । ଏ ଅବସ୍ଥା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍‌ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବ୍ଲକର ଓରବରସଂହ, ନରଣଗଡ ଓ ବଜମୋହନପୁର ପଂଚାୟତର ସମସ୍ୟା । ଏହାର ସମାଧାନ କରିବାକୁ ବିଭିନ୍ନ ଯୋଜନାମାନ ହେଉଥିଲେ ମଧ୍ୟ ଏହା କେବଳ କାଗଜ ପତ୍ରରେ ସୀମିତ ହେଉଛି । ଛତିଶଗଡରେ ନିର୍ମିତ କଲମା ଓ ସିପେଇନାରାୟଣ ବ୍ୟାରେଜ ଦେଇ ପ୍ରଚୁର ପାଣି ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଥିବାରୁ ବାଧ୍ୟହୋଇ ଅଧିକ ଗେଟ୍‌ ଖୋଲାଯାଉଛି । ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ବନ୍ୟାଜଳ ମୁଣ୍ଡଳୀ ଛୁଇଁବା ମାତ୍ରେ ମହାନଦୀ ଶାଖାନଦୀ ରାଜୁଆରେ ପଛୁଆ ଜଳ ଯୋଗୁ ଏ ତିନି ପଚାଂୟତ ଅଂଚଳବାସୀ ପାଣି ଘେରରେ ରହୁଛନ୍ତି । ଗୁରୁବାର ଠାରୁ ନରଣଗଡ ଓ ଓରବରସଂହ ପଚାଂୟତର ଆଠଟି ଗ୍ରାମରେ ବନ୍ୟାଜଳ ପଶିଥିବାବେଳେ ଶୁକ୍ରବାର ସକାଳେ ବ୍ରଜମୋହନପୁର ପଚାଂୟତରେ ବନ୍ୟାଜଳ ପଶିଛି । କିନ୍ତୁ ଏହି ବନ୍ୟାରେ ଓରବରସଂହ ପଚାଂୟତର ହରିମୂଳ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଏହା ବ୍ୟତୀତ ଉକ୍ତ ୩ ପଚାଂୟତର ମଶାଣିଆ, କୃଷ୍ନପୁର, ଲେଖନପୁର, ଦୁର୍ଗାପୁର, ରାୟପୁର, ଓରମି, ମାନପୁର, ଧବଳପୁର, ବଲପୁର, କଚିଂଲେ, ହାଡପଦା ଓ କୁରୁମପଡା ଗାଁ ଦାଣ୍ଡରେ ବନ୍ୟାଜଳ ଲହଡି ମାରୁଥିବାର ଦେଖାଯାଇଛି । ସେହିପରି ଖୋର୍ଦ୍ଧା ବ୍ଲକର ନରଣଗଡ ପଚାଂୟତର ବଳପୁର, ମାନପୁର ଓ ଓରମ ଗ୍ରାମର ସ୍ଥିତି ଦିନକୁ ଗମ୍ଭୀର ହେବାରେ ଲାଗିଛି ।

hiring

ଆସନ୍ତା ୧୯ ତାରିଖଠାରୁ ଆଉ ଏକ ବଡ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବନ୍ୟାଜଳ କମିବା ପରିବର୍ତ୍ତେ ବଢିବା ଆଶଙ୍କା କରାଯାଉଛି । ଆଗକୁ ପୂର୍ଣିମା ଥିବାରୁ ପାଣି ଚିଲିକାକୁ ଯିବାରେ ବିଳମ୍ଭ ହେଉଛି । ଫଳରେ ବନ୍ୟାଜଳ ବଢିବାରେ ଲାଗିଛି ଏବଂ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବନ୍ୟାଜଳ ପଶିଥିବା ଅଚଂଳରେ ୨ଟି ବୋଟର ବ୍ୟବସ୍ଥା କରିବା ସହିତ ହିରିମୂଳ ଓ ଡିହଖୋଳାର ୨୫ଜଣ ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିଥିବା ଖୋର୍ଦ୍ଧା ତହସିଲଦାର ପଦ୍ମଜଚରଣ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight − five =