କିଆକଟା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଗାୟତ୍ରୀ ବେହେରା

0 1,069

କିଆକଟା : ଅନୁଗୋଳ ଜିଲ୍ଲା ଆଠମ୍ଲଲିକ ବ୍ଲକ ଅନ୍ତର୍ଗତ କିଆକଟା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଗାୟତ୍ରୀ ବେହେରା ଆଜି ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୀକାରୀଙ୍କୁଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଶ୍ରୀମତୀ ଗାୟତ୍ରୀ ବେହେରା ତାଙ୍କ ସମର୍ଥକ ସହ ବିରାଟ ପଟୁଆରରେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କ ସହ ନବ ନିର୍ବାଚିତ ୱାର୍ଡମେମ୍ବର ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀମତୀ ବେହେରା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ ପରେ କହିଛନ୍ତି ଏହା କେବଳ କିଆକଟା ପଞ୍ଚାୟବାସୀଙ୍କ ପାଇଁ ସମ୍ଭବ ହୋଇପାରିଛି । ଆଗାମୀ ଦିନର ପଞ୍ଚାୟତବାସୀଙ୍କ ସୁଖଦୁଃଖର ମୁଁ ଠିଆ ହେବି ବୋଲି ଦୃଢୋକ୍ତିର ସହ ପ୍ରକାଶ କରିଛନ୍ତି ।

hiring


ଦାୟିତ୍ୱ ଗ୍ରହଣ ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ତଥା ତାଙ୍କ ସ୍ୱାମୀ ସୁବ୍ରତ କୁମାର ପ୍ରଧାନଙ୍କ ସମେତ ସୁମନ୍ତ ପ୍ରଧାନ, ଗଣେଶ୍ୱର ବେରିହା, ବଶିଷ୍ଠ ଦେହୁରୀ , ଶେଷଦେବ ପ୍ରଧାନ, ଦିଗାମ୍ବର ପ୍ରଧାନ, ସଞ୍ଜିବ କର୍ମୀ , କରୁଣାକର କର୍ମୀ, ପୁଲକ ପ୍ରଧାନ,ଋଷଭ ପାଣ୍ଡେ, ଦିଲୀପ ପ୍ରଧାନ,ତରଣୀ ସେନ ପ୍ରଧାନ, ଧୀରେନ୍‌ ପ୍ରଧାନ ପ୍ରଣବ ମହାନ୍ତି, ସତ୍ୟଜିତ୍‌ ମହାନ୍ତି, ଶମ୍ଭୁ ଶଙ୍କର ଦେହୁରୀ, ବାବୁଲା ପ୍ରଧାନ ପ୍ରମୁଖ କର୍ମୀଙ୍କ ସହ କିଆକଟା ପଞ୍ଚାୟତର ବହୁ ସଦସ୍ୟ ଉପସ୍ଥିତ ଥିଲେ ।


ସୂଚନାଯୋଗ୍ୟ ଯେ, ଶ୍ରୀମତୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସଂଯୁକ୍ତା ପ୍ରଧାନଙ୍କୁ ପାଖାପାଖି ଦେଢଶହ ଭୋଟ୍‌ରେ ହରାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଏଥି ସହିତ କଂଗ୍ରେସର ଗଡ କୁହାଯାଉଥିବା କିଆକଟା ପଞ୍ଚାୟତକୁ ଦଖଲ କରି ସେ ଇତିହାସ ରଚିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଲଗାତାର ଭାବେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଏଠାରେ ବିଜୟ ଲାଭ କରୁଥିଲେ । ଚଳିତ ନିର୍ବାଚନରେ କଂଗ୍ରେସର ବିଜୟ ରଥରେ ବ୍ରେକ୍‌ ଲାଗିଛି ।

hiranchal ad1
Leave A Reply

Your email address will not be published.

four + 15 =