ପୁରୀରେ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

0 98

ପୁରୀ : ପୁରୀରେ କିଟ୍‌,କିସ୍‌ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ ହୋଇଛି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଉପ ଜିଲ୍ଲାପାଳ ଭବତାରଣ ସାହୁ ଓ ଅତିରିକ୍ତ ଏସପି ବିଷ୍ଣୁଚରଣ ପତି ।ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ଗାନ୍ଧୀ ସ୍ମୃତି ପୀଠ ଯାଏଁ ଏହି ମିନି ମାରାଥନ ହୋଇଥିଲା । ବିଭିନ୍ନ ସ୍କୁଲ,କଲେଜ,କ୍ରୀଡା ଅନୁଷ୍ଠାନର ୨୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଦୌଡ଼ିଥିଲେ । ମିନି ମାରାଥନ ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚିବା ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍‌ ସୁକାନ୍ତ ସାହୁ ,ସର୍ବୋଦୟ ମେଳା କମିଟି ସଭାପତି ଶିବ ପ୍ରସାଦ ମିଶ୍ର, କଳିଙ୍ଗ ଟିଭି ପୁରୀ ବ୍ୟୁରୋ ହେଡ ପ୍ରଦ୍ୟୁମ୍ନ ସାଥୁଆ, ଜିଲ୍ଲା ପ୍ରତିନିଧି ଶୈଳେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । କିଟ୍‌ ,କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ବାର୍ତ୍ତା ପାଠ କରାଯାଇଥିଲା । ଛାତ୍ର ,ଛାତ୍ରୀ ତଥା ମିନି ମାରାଥନରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଡ. ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କ ସହ ସମସ୍ତଙ୍କ ପାଇଁ ଶିକ୍ଷା ପାଇଁ ସେ କରିଥିବା ପ୍ରଚେଷ୍ଟା ଶୁଣି ବିସ୍ମିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eight + twelve =