ପୂର୍ବତନ ବ୍ଲକ ଚେୟାରମ୍ୟାନଙ୍କ ପରଲୋକ

0 56

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ବ୍ଳକ ଚେୟାରମ୍ୟାନ ସନତ ବିଶିଙ୍କ ଆଜି ନିଜ ବାସଭବନରେ ୮୧ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥାଇ ଶଯ୍ୟାଶାୟୀ ଥିବା ବେଳେ ରବିବାର ଦିନ ଅପରାହ୍ନ ସମୟରେ ପରଲୋକ ହୋଇଛନ୍ତି । ୧୯୬୬ ମସିହାରେ ସେ ତିଳେଶ୍ୱର ହାଇସ୍କୁଲର ପ୍ରତିଷ୍ଠାତା ଓ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇଥିଲେ । ପରେ ୧୯୬୮ ମସିହାରେ ତିଲେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରି ସେଠାରେ ମଧ୍ୟ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଥିଲେ । ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପି ତିଲେଶ୍ୱର ଗ୍ରାମ ପଞ୍ଚୟତ ସରପଞ୍ଚ, ପରେ ୧୯୮୪ରେ ବ୍ଳକ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଥିଲେ । ଏପରିକି ସେ ଅଞ୍ଚଳରେ ଜଣେ ମିଷ୍ଠଭାସୀ, ହୃଦୟ ସ୍ପର୍ଶି, ସହିଷ୍ଣୁ, ଲୋକ ମେଳାପୀ ଥିବାରୁ ତାଙ୍କ ପରଲୋକ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ବଡ଼ ପୁଅ ଦେବ ରଂଜନ ବିଶିଙ୍କ ସମେତ ଝିଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ନିଜ ଗ୍ରାମ ସ୍ମଶାନରେ ପୁଅ ମୁଖାଗ୍ନି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 + fourteen =