କରୋନାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

0 3,109

hiring

ବୌଦ୍ଧ – ବୌଦ୍ଧ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଆଜି ମୃତ୍ୟୁବରଣ କରିଥିବା ବେଳେ ପ୍ରଶାସନ ପ୍ରଚେଷ୍ଟାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ଖଲିଆବଗିଚା ର 44 ବର୍ଷ ବୟସ୍କ ଜଣେ ଯୁବକ କରୋନା ଆକ୍ରାନ୍ତ ଥାଇ ଆଜି ସକାଳେ ବୌଦ୍ଧ କୋଭିଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ ଖଲିଆବଗିଚା ର ଯୁବକ ଜଣଙ୍କ ଅସୁସ୍ଥ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ରେଫର କରାଯାଇଥିଲା | ବୁର୍ଲାରେ ତାଙ୍କର କୋଭିଡ ପରିକ୍ଷା କରାଯିବା ପରେ ପଜିଟିଭ ଆସିଥିଲା ଓ ତାଙ୍କୁ ସମ୍ବଲପୁର କୋଭିଡ ଡାକ୍ତରଖାନାରେ ରଖା ଯାଇଥିଲା l ସେ ରବିବାର ଦିନ ସୁସ୍ଥ ହୋଇଥିବା ସମ୍ପର୍କରେ ବୌଦ୍ଧ ସ୍ବାସ୍ଥ୍ୟ ବିଭାଗକୁ ସମ୍ବଲପୁର କୋଭିଡ୍ ଡାକ୍ତରଖାନା ତରଫରୁ କୁହା ଯାଇଥିଲା l ବୌଦ୍ଧରୁ ଆମ୍ବୁଲାନସ୍ ଯାଇ ତାଙ୍କୁ ଆଣିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା କଥା କିନ୍ତୁ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ନଥିବା ଦର୍ଶାଇ ଗ୍ରହଣ କରିବାକୁ ମନା କଲେ | ଉତ୍ତେଜନା ପ୍ରକାଶ ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଯୁବକଙ୍କୁ ପୁଣି ବୌଦ୍ଧ କୋଭିଡ ସେଣ୍ଟର୍ ରେ ଭର୍ତ୍ତି କରାଗଲା l ରାତିରେ ତାଂକର ଅବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖା ଯାଇଥିଲା ଓ ଭୋର 4 ଘଣ୍ଟା ସମୟରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ | ପରିବାର ଲୋକ ଶବ ଗ୍ରହଣ କରିବାକୁ ରାଜି ନ ହେବାରୁ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା ମାନଙ୍କ ସହାୟତାରେ ବୌଦ୍ଧ ରାଜଘାଟ ଠାରେ ଶବ ସତ୍କାର କରାଇଥିଲେ l ଶବ ସତ୍କାର ବେଳେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ l ଜଣେ ଗୁରୁତର ରୋଗୀଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ କେମିତି କୋଭିଡ ଡାକ୍ତରଖାନାରୁ ଡ଼ିସ୍ ଚାର୍ଜ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି |

hiranchal ad1
Leave A Reply

Your email address will not be published.

9 + seventeen =