କୋକସରା,୯/୧: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ମୋଟେର ଗୋଲେଇଛକ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ପାଳିତ ହୋଇଛି । ଗ୍ରାମ୍ୟ ଇଷ୍ଟ ଦେବୀ ମା ମୋଟ୍ରାଣୀଙ୍କ ପୀଠରୁ ବିରାଟ ପଟୁଆରରେ ଏକ ମଶାଲ ଯାତ୍ରା ବାହାରି ଗୋଲେଇ ଛକ ଉତ୍ସବ ମଣ୍ଡପରେ ସ୍ଥାପିତ ହୋଇଥିଲା । ସରପଞ୍ଚ ବାସନ୍ତୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ମୋଟେର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଲ୍ଲ ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଉଆଁସୀ ପାନ, ନାଏବ ସରପଞ୍ଚ ପଲ୍ଲବୀ ପାଳ, ୱାର୍ଡ ସଭ୍ୟ ସୁଶାନ୍ତ ବେହେରା, ବିଶେଶ୍ୱର ବନ୍ଦୀଛୋଡ, ସମାଜସେବୀ ମୋହନ ନାଏକ, ପରମେଶ୍ୱର ପାଳ, ଗୋବିନ୍ଦ ପାନ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୋଟେର ପଞ୍ଚାୟତର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୁସୁମଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସିଂ, ମୋଟେର ନୋଡାଲ ସ୍କୁଲ ଶିକ୍ଷୟିତ୍ରୀ ବନଜିନୀ ଭରଦ୍ୱାଜ, ଖୁଟୁଲୁଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାଳମଣୀ ବାଗ ବିଚାରକ ଭାବେ କାର୍ଯ୍ୟ ତୁଲେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ଖରସେଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତଥା ଭାଷ୍ୟକାର ମନମୋହନ ଦାସ ପରିଚାଳନା କରିଥିଲେ । ପଞ୍ଚାୟତ ସମସ୍ତ କର୍ମକର୍ତା ଓ ଜନପ୍ରତିନିଧି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବାବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ଦର୍ଶକମାନେ ମନୋରଞ୍ଜନ କାର୍ଯ୍ୟକ୍ରମରେ ମନମୋହିଥିଲେ ।