ବରିଷ୍ଠ କଳାକାର ସଂଘର ବ୍ଲକସ୍ତରୀୟ ବୈଠକ

0 46

ଗଞ୍ଜାମ,୯/୧: କଳା ଓ କଳାକାର ହିତୈଷୀ ମହାମଞ୍ଚଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ବେଲଗୁଣ୍ଠା ବ୍ଲକ ଶାଖା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କ୍ଷେତ୍ରୀୟବରପୁର ପର୍ଶୁଲୁଣ୍ଡା ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, କାର୍ଯ୍ୟକାରୀ ସଭାପତି ନାରଣ ଗୌଡ, ଉପସଭାପତି ଶିବରାମ ରାଉତ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହି ବ୍ଲକର ସମସ୍ତ ନାଟ୍ୟ ସଂଘ ସଂସ୍କୃତି ବିଭାଗୀୟ ପଞ୍ଜିକରଣ ଉପରେ ଗୁରୁତ୍ୱ ଦେବାସହ ମହାସଂଘ ପକ୍ଷରୁ ଶ୍ରୀପଞ୍ଚମୀ ଦିନ ଆୟୋଜିତ ଓଡ଼ିଶା ନାଟ୍ୟ ଦିବସ ଓ କଳାକାର ଶୋଭାଯାତ୍ରାରେ ଯୋଗଦେବା ନେଇ ଆଲୋଚନା କରାଯାଇଥିଲା । ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଶାଖା କର୍ମକର୍ତ୍ତାମାନେ ନାଟଗାଁ ସୁନାମଧନ୍ୟ ସଙ୍କୀର୍ତ୍ତନ କଳାକାର ଶ୍ୟାମ ଜେନାଙ୍କ ଅନ୍ତେଷ୍ଟି କ୍ରିୟାରେ ଗତକାଲି ଯୋଗ ଦେଇଥିବାରୁ ସାଧୁବାଦ ଅର୍ପଣ ସହ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ସହ ସମ୍ପାଦକ ରମେଶ ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − 13 =