ହକି ବିଶ୍ୱକପ ପାଇଁ ମହିଳା ମହାବିଦ୍ୟାଳୟର ପଦଯାତ୍ରା ଓ ପ୍ରତିଯୋଗିତା

0 72

ନବରଙ୍ଗପୁର,୯/୧: ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ । ଯାହାର ଆତ୍ମା ହେଉଛି ହକି । ହକି ଆମ ଗର୍ବ । ଓଡ଼ିଶା ଆୟୋଜନ କରୁଛି ହକି ବିଶ୍ୱକପ- ୨୦୨୩ । ହକି ବିଶ୍ୱକପ ମହାପର୍ବ ଅବସରରେ ଆଜି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏକ ପଦଯାତ୍ରା କରଯାଇଥିଲା । ଛାତ୍ରୀମାନେ ମହାବିଦ୍ୟାଳୟ ଠାରୁ ଆରମ୍ଭକରି ସ୍ଥାନୀୟ ଗାନ୍ଧୀ ଛକ ଓ ଆମ୍ବେଦକର ଛକ ଦେଇ ନଗର ପରିକ୍ରମା କରିଥିଲେ । ଏହି ପଦଯାତ୍ରାରେ ଛାତ୍ରୀଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ହକି ବିଶ୍ୱକପର ବାର୍ତ୍ତା ସହରର ସମସ୍ତ କୋଣ ଅନୁକୋଣରେ ପହଞ୍ଚାଇବା ଥିଲା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା, ବାଲୁକା କଳା, ଚିତ୍ରାଙ୍କନ, ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା ଓ ପ୍ଲାକାର୍ଡ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦଯାତ୍ରାରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଦିଲ୍ଲୀପ ଦାସ, ସେବା ନିବୃତ ଅବକାରୀ ଅଧିକ୍ଷକ ତଥା କ୍ରୀଡାବିତ୍‌ ଶିବ ଗନ୍ତାୟତ ଓ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ, ଶିକ୍ଷା ବିଭାଗ ମୁଖ୍ୟ ଡ଼ଃ. ସଂଯୁକ୍ତା ପଣ୍ଡା ଓ ମୋ କଲେଜ ସଂଯୋଜକ ବିନୋଦ ବିହାରୀ ପ୍ରଧାନ ,ରଞ୍ଜୁସା ପ୍ରହରାଜ, ତାଇରା ବେଗମ୍‌, ତରନୁମ୍‌ ଆରା, ନୃପେନ୍ଦ୍ର ଖୋସଲା, ରୋହିଣୀ ରାଣୀ, ସୁନୀତା ପାତ୍ର, ଲକ୍ଷ୍ମୀକାନ୍ତ ସୌରା, ତ୍ରିପତି ମାଳି, ଭୁବନ ହରିଜନ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

12 + eight =