ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ, ଚାଷୀକୂଳ ମୁଣ୍ଡରେ ଚଡକ

0 90

କୋଣାର୍କ : କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ, ସିମିଳି, ମହଲପଡା, ବନାଖଣ୍ଡି, କୁରୁଜଙ୍ଗ, ଅବଦାନ, ଅଚ୍ୟୁତପୁର ସମେତ କୋଣାର୍କ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗ୍ରାମପଞ୍ଚାୟତ ଓ ଶତାଧିକ ଗାଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ପ୍ରଭାବରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବରରୁ ପ୍ରକାଶ ଯେ ଗତ କିଛିଦିନ ତଳେ ସୃଷ୍ଟି ହୋଇଥିବା ଏକ ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟର ସରକାରୀ ସହାୟତା ମିଳିନଥିବା ବେଳେ ବାତ୍ୟା ଜୱାଦ ପ୍ରଭାବରେ ଲଗାଣବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।

hiring

ଏହି ବାତ୍ୟା ଜନିତ ଲଗାଣ ବର୍ଷାରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନିତ୍ରୀ, ତଇଲୋ, ସନ୍ତରସ, ଉପୁଳା, ବୋବୁଆ, ସିମିଳି ଗ୍ରାମପଞ୍ଚାୟତ ର ଅନସରା, ସିମିଳି, ପଇତାବରାଇ, ଶିରିପୁର, ମହଲପଡା ଗ୍ରାମପଞ୍ଚାୟତର ଆମ୍ବିଳିଗାଁ, ମହଲପଡା, କୋପରା, ଓରେଇ, ବନାଖଣ୍ଡି ଗ୍ରାମପଞ୍ଚାୟତର ବନାଖଣ୍ଡି, ବାହାରଣା, ମାଙ୍କରଗୋରଡି, ସୁତନ ଗ୍ରାମପଞ୍ଚାୟତର ସୁତନ, ଖାଲକଟାପାଟଣା, ଟିକନା, ଭିଂଗୁରାଡି, ତରକୋର ଗ୍ରାମପଞ୍ଚାୟତର ତରକୋର, ଜଗନ୍ନାଥପୁର ସମେତ ବିଭିନ୍ନ ଗାଁ, ଅଚ୍ୟୁତପୁର ଗ୍ରାମପଞ୍ଚାୟତ, କୁରୁଜଙ୍ଗ ଗ୍ରାମପଞ୍ଚାୟତ ଓ ଅବଦାନ ଗ୍ରାମପଞ୍ଚାୟତ ସମେତ ଶତାଧିକ ଗ୍ରାମର ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି ।
ଏହି ବାତ୍ୟା ଯୋଗୁଁ କୋଣାର୍କ ତଥା ଆଖପାଖ ଅଞ୍ଚଳର ଶତାଧିକ ତଳିଆ ଅଂଚଳର ଜନସାଧାରଣ ବିପନ୍ନ ଅବସ୍ଥାରେ ରହିଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀ ଓ ବିଦ୍ୟାଳୟ ମାନଙ୍କରେ ଆଶ୍ରୟ ନେଇଥିବା ବିପନ୍ନ ପରିବାର ମାନଙ୍କୁ ରିଲିଫ ଓ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଦାବି ହେଉଛି । କୋଣାର୍କ ଥାନା ଅନ୍ତର୍ଗତ ୧୦ଗୋଟି ଗ୍ରାମପଞ୍ଚାୟତ ଓ ଆଖପାଖ ଅଞ୍ଚଳର ଗ୍ରାମପଞ୍ଚାୟତ ଏବଂ ଗ୍ରାମ ଗୁଡିକରେ ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ଧାନ ଫସଲ ନଷ୍ଟର କୃଷି ଓ ରାଜସ୍ୱ ବିଭାଗ ତଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୃଷକ ନେତା ମନୋରଞ୍ଜନ ପରିଡା, ସାମ୍ବାଦିକ ତଥା କୃଷକ ନେତା ଭାଗିରଥି ସ୍ୱାଇଁ, ସିମିଳି ବିଜେଡି ନେତା ବିଜୟ କୁମାର ସେଠ, ଅଚ୍ୟୁତପୁର ସରପଞ୍ଚ ଭକ୍ତ ବଲ୍ଲଭ ଦାଶ, ବନାଖଣ୍ଡି ସରପଞ୍ଚ ଜିତେନ୍ଦ୍ର ମଲ୍ଲିକ, କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଯୁବନେତା କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × three =