ଲକ୍ଷ ଲକ୍ଷ ଟଙ୍କାର ପଥପ୍ରାନ୍ତ ସୁବିଧା କେନ୍ଦ୍ର

0 21

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ୱପ୍ନେରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଳି ମନୋଭାବ ଯୋଗୁଁ ଆଜିବି ଠିକସେ ଲୋକଙ୍କ କାମରେ ଆସୁନି l ୨0୧ ୮ରୁ କାମ ହୋଇ ୨0୨୪ ସରିବାକୁ ବସିଲାଣି ତଥାପି କାମରେ ଆସୁନି ପଥପ୍ରାନ୍ତ ସୁବିଧାକେନ୍ଦ୍ର l ନିମ୍ନ ମାନର କାମ ସାଙ୍ଗକୁ ଏ ବ୍ୟବସ୍ଥା ପ୍ରତ୍ୟେକ ଯାତ୍ରୀଙ୍କୁ ଦ୍ଵନ୍ଦରେ ପକାଉଛି l ଏ ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ, ଏ ହେଉଛି ସମ୍ବଲପୁର ରେଙ୍ଗାଲି ସ୍ୱପ୍ନେ ପାଖରେ ଥିବା ପଥପ୍ରାନ୍ତର ଦୃଶ୍ୟ ଅଟେ l ଆଉ ଏହି ପଥପ୍ରାନ୍ତ ଲୋକଙ୍କ କାମରେ ଆସୁନି I ବିଭାଗୀୟ ଅଧିକାରୀ ସବୁ ଦେଖି ଜାଣିଶୁଣି ନିରବ ରହୁଛନ୍ତି ବୋଲି ଲୋକେ ମତ ପ୍ରକାଶ କରୁଛନ୍ତି l କଥାରେ ନାହିଁ “ସରକାର କା ମାଲ ଦରିୟା ମେ ଡାଲ” ଭଳି ଦୃଶ୍ୟ ଦେଖିବାକୁ ମିଳୁଛି କାରଣ ଦୀର୍ଘଦିନ ହେବ ଏଠାରେ ଅବ୍ୟବସ୍ତା ଦେଖିବାକୁ ମିଳୁଛି l ଆଶ୍ରୟ ସ୍ଥଳୀ ଥାଇ ଲୋକଙ୍କୁ ଆଶ୍ରୟ ଠିକସେ ମିଳୁନି, ଫ୍ୟାନ ଝୁଲୁଛି ହେଲେ ଠିକସେ ଚାଲୁନି l ପ୍ରତିଦିନ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି l ଆଉ ପ୍ରଶାସନିକ ଅଧିକାରୀ ନିରବ ରହୁଛନ୍ତି l ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡି ମଟର ସାଙ୍ଗକୁ ଦୂର ଦୁରାନ୍ତ ଅନ୍ୟ ରାଜ୍ୟର ଲୋକମାନଙ୍କର ମଧ୍ୟ ଗମନା ଗମନ ରହିଥାଏ l ସମସ୍ତେ ଏହି ପଥପ୍ରାନ୍ତ ଉପରେ ନିର୍ଭର କରିଥାନ୍ତି I କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ବିଭିନ୍ନ ସମୟରେ ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି l ରେଙ୍ଗାଲି ସମେତ ଦୂରଦୁରାନ୍ତ ଲୋକଙ୍କ ଆଶା ଥିଲା ସ୍ୱପ୍ନେରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ହେଲେ ଜନସାଧାରଣ ରାତ୍ରି ହେଉ ଅବା ଦିନବେଳେ ଲୋକେ ଆଶ୍ରୟ ଟିକେ ନେଇପାରିବେ I ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଠିକସେ ଲୋକଙ୍କ କାମରେ ଆସିପାରୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର l କିଏ ଗଲା ଆସିଲା ବେଳେ ଟିକେ ଆଶ୍ରୟ ନେବା ଚାହିଁଲେ ଆଶ୍ରୟ ସ୍ଥଳୀକୁ ଦେଖି ମୁହଁ ଫେରାଇ ଦୁଃଖରେ ଚାଲି ଯାଉଛନ୍ତି ଆଉ ପ୍ରଶାସନିକ ଅଧିକାରୀଙ୍କୁ ଲୋକେ ବାରମ୍ବାର ଅଭିଯୋଗକି ଗୁହାରି କଲେ ମଧ୍ୟ ଫଳ, ଶୂନ ଦେଖିବାକୁ ମିଳୁଛି I ସବୁ ଜାଣିଶୁଣି ବିଭାଗୀୟ ଅଧିକାରୀ ନିରବ ହୋଇ ରହୁଥିବାରୁ ଆଜିଯାଏଁ ଠିକସେ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଲୋକେ ସୁବିଧା ଟିକେ ପାଇପାରିଲେନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଯିବି ମାନେ ମତ ପ୍ରକାଶ କରୁଛନ୍ତି l ଦେଖାଯାଉ କେବେ ପ୍ରଶାସନ ତତ୍ପର ହେବ ଆଉ ଲୋକେ ଏହାର ସୁବିଧା ପାଇପାରିବେ l ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନହୁଏ ତା ହେଲେ ଏହା ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିବ l ଦେଖାଯାଉ କେବେ ସଚେତନ ହେବେ ବିଭାଗୀୟ ଅଧିକାରୀ ତାକୁହିଁ ଅପେକ୍ଷା l

hiranchal ad1
Leave A Reply

Your email address will not be published.

3 × 3 =