୩ଟି ସ୍ଥାନରେ ଏକକାଳୀନ GST ଚଢ଼ାଉ

0 25

ବରଗଡ଼ : ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ GST ଚଢ଼ାଉ I ଗୁରୁବାର ଅପରାହ୍ନ ୪ଘଣ୍ଟା ସମୟରେ ବରଗଡ଼ ସହରର ଥାନା ଛକରେ ଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋର ଓ ରେଲୱେ ଷ୍ଟେସନ ସ୍ଥିତ ଗୋଦାମ ଓ ଘରରେ ଏକ କାଳୀନ GST ବିଭାଗର ଚଢ଼ାଉ ଚାଲିଛି I GST ଫାଙ୍କୁ ଥିବା ଅଭିଯୋଗରେ ଏକ କାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି GST ବିଭାଗ I ପୋଲିସ ପ୍ରଶାସନ ଉପସ୍ଥିତିରେ ଚଢ଼ାଉ ଚାଲିଥିବା ବେଳେ ଚଢ଼ାଉ ସରିବା ପରେ ଅଧିକ ସୂଚନା ଦିଆଯିବ ବୋଲି ବରଗଡ଼ GST ବିଭାଗ ଡେପୁଟି କମିଶନର ନାଭିଦୀତ୍ୟ ନାୟକ ସୂଚନା ଦେଇଛନ୍ତି I

hiranchal ad1
Leave A Reply

Your email address will not be published.

4 + eighteen =