ପାଟଣାଗଡ : ପାଟଣାଗଡ ସହର ମଝିରେ ଦିନ ଦ୍ୱିପ୍ରହରରେ ତଥା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ କରି ଲୁଟି ନେଲେ ଦେଢ କେଜି ସୁନା ଏବଂ ୬୦ ହଜାର ଟଙ୍କା । ଆଜି ଅପରାହ୍ନ ୪ଟା ସମୟରେ ୬ ଜଣ ଡକାୟତ ଅମୃତ କଳସ ସୁନା ଦୋକାନରେ ସୁନା ଓ ଟଙ୍କା ଲୁଟି ନେଇ ଫେରାର ମାରିଛନ୍ତି । ସମସ୍ତ ୬ ଜଣ ଡକାୟତ ହାତରେ ସମସ୍ତେ ବନ୍ଧୁକ ଧରିଥିବା ବେଳେ ଗନ ପଏଣ୍ଟ ରେ ମାଲିକ ମୁକେଶ ଜୈନକୁ ରଖି ଦୋକାନରୁ ସବୁ ଅଳଙ୍କାର ଖାଲି କରି ଦେଇଛନ୍ତି । ମାଲିକଙ୍କ ମୁଣ୍ଡରେ ବନ୍ଧୁକରେ ମା ମାରି ଆହତ ମଧ୍ୟ କରିଛନ୍ତି ।
ଏଭଳି ଘଟଣା ପରେ ସହରରେ ଏକ ଭିନ୍ନ ପ୍ରକାର ଆତଙ୍କ ଖେଳି ଯାଇଥିବା ବେଳେ ବାରମ୍ବାର ପାଟଣାଗଡ ଉପଖଣ୍ଡରେ ଏଭଳି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉପଖଣ୍ଡ ପୋଲିସ ମୁଖିଆଙ୍କ ଢିଲା ବ୍ୟବସ୍ଥାକୁ ସମସ୍ତେ ଦୋଷ ଦେଇଛନ୍ତି ।